fbpx

ରୁଷକୁ ବଡ ଝଟକା, ନାଟୋରେ ସାମିଲ୍ ହେବାକୁ ଆବେଦନ କଲେ ଫିନଲାଣ୍ଡ ଓ ସ୍ଵିଡେନ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଥିବା ରୁଷକୁ ଲାଗିଲା ଜୋରଦାର ଝଟକା। ଫିନଲାଣ୍ଡ ଏବଂ ସ୍ଵିଡେନ ମେ ୧୮ରେ ନାଟୋରେ ସାମିଲ୍ ହେବା ପାଇଁ ଆନୁଷ୍ଠାନିକ ଭାବେ ଆବେଦନ କରିଛନ୍ତି। ୟୁକ୍ରେନ ଉପରେ ରୁଷର ଆକ୍ରମଣ ଆମକୁ ନାଟୋରେ ସାମିଲ୍ ହେବା ପାଇଁ ପ୍ରେରିତ କରିଥିବା ଫିନଲାଣ୍ଡ ଏବଂ ସ୍ଵିଡେନ କହିଛନ୍ତି। ଶୀତଳ ଯୁଦ୍ଧ ସମୟରେ ସ୍ଵିଡେନ ଏବଂ ଫିନଲାଣ୍ଡ ପରି ଦେଶ ନିରବ ରହିଥିଲେ। ହେଲେ ଏବେ ଏହି ଦୁଇ ଦେଶ ନାଟୋରେ ସାମିଲ୍ ହେବା ୟୁରୋପ ସୁରକ୍ଷା ବ୍ୟବସ୍ଥାରେ ସବୁଠୁ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ମଧ୍ୟରୁ ଏକ।

ନାଟୋ ମହାସଚିବ ଜେନ୍ସ ଷ୍ଟୋଲଟେନବର୍ଗ କହିଛନ୍ତି, ଏହା ଆମ ପାଇଁ ଐତିହାସିକ ମୁହୂର୍ତ୍ତ। ମୁଁ ନାଟୋରେ ସାମିଲ୍ ହେବା ପାଇଁ ଫିନଲାଣ୍ଡ ଏବଂ ସ୍ଵିଡେନର ଆବେଦନକୁ ହୃଦୟର ସହ ଗ୍ରହଣ କରୁଛି ଏବଂ ସେମାନଙ୍କୁ ସ୍ଵାଗତ କରୁଛି। ଆପଣ ଆମ ସବୁଠୁ ନିକଟତର ଭାଗିଦାରୀ ଏବଂ ନାଟୋରେ ଆପଣଙ୍କ ସଦସ୍ୟତା ଆମର ସୁରକ୍ଷା ଭାଗିଦାରୀକୁ ଆହୁରି ମଜବୁତ କରିବ ବୋଲି ଷ୍ଟୋଲଟେନବର୍ଗ କହିଛନ୍ତି। ନାଟୋ ଅନୁଯାୟୀ, ଫିନଲାଣ୍ଡ ଏବଂ ସ୍ଵିଡେନ ଆସିବା ଫଳରେ ବାଲଟିକ ସାଗରରେ ଏହାର ସ୍ଥିତି ଆହୁରି ମଜବୁତ ହୋଇ ପାରିବ।

ରୟଟର୍ସର ଏକ ରିପୋର୍ଟ ଅନୁଯାୟୀ, ନାଟୋ ଦେଶ ଦ୍ଵାରା ସ୍ଵିଡେନ ଏବଂ ଫିନଲାଣ୍ଡର ଏହି ଅନୁରୋଧକୁ ଅନୁମୋଦ ଦେବାରେ ଏକ ବର୍ଷ ପର‌୍ୟ୍ୟନ୍ତ ସମୟ ଲାଗିପାରେ। ନାଟୋ ଦେଶ ତୁର୍କୀ ନିକଟରେ କହିଥିଲା ଯେ, ଫିନଲାଣ୍ଡ ଏବଂ ସ୍ଵିଡେନର ସଦସ୍ୟତା ଉପରେ ଆମର ଆପତ୍ତି ରହିଛି। ମାତ୍ର ଷ୍ଟୋଲଟେନବର୍ଗ କହିଥିଲେ, ଯାହା କିଛି ମାମଲା ଥିଲା ତାର ସମାଧାନ ହୋଇ ସାରିଛି। ଏହି ଦୁଇ ନାଟୋର ସଦସ୍ୟ ହେବାକୁ ଯୋଗ୍ୟ।

 

Get real time updates directly on you device, subscribe now.