ନୂଆଦିଲ୍ଲୀ: ଆଜି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ(ଟିଏମସି) ନେତ୍ରୀ ତଥା କ୍ରୀଷ୍ଣାନଗର ଲୋକସଭା ସାଂସଦ ମହୁଆ ମୈତ୍ରଙ୍କ ଆବେଦନର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସୁପ୍ରୀମକୋର୍ଟଙ୍କ ଶୁଣାଣୀ ୩ ଜାନୁଆରୀ, ୨୦୧୪କୁ ଘୁଞ୍ଚାଇ ଦିଆଯାଇଛି । ତେବେ ଆଜିର ଶୁଣାଣୀ ଆରମ୍ଭ ହେବା ମାତ୍ରେ ବେଞ୍ଚର ଅଧ୍ୟକ୍ଷ ଜଷ୍ଟିସ ସଞ୍ଜୀବ ଖନ୍ନା କହିଥିଲେ କି ସେ ଏହି ପିଟିସନ ପଢ଼ି ନାହାନ୍ତି ଏବଂ ପଢ଼ିବା ପରେ ଶୁଣାଣୀ ଆରମ୍ଭ କରିବେ । ସକାଳେ ସବୁ ଡକ୍ୟୁମେଣ୍ଟ ମିଳିଥିବାରୁ ସ୍କାନ କରିବା ପାଇଁ ତାଙ୍କ ପାଖରେ ସମୟ ନଥିଲା । ତେଣୁ କିଛି ଦିନ ସମୟ ମାଗିଥିଲେ ଜଷ୍ଟିସ ସଞ୍ଜୀବ ଖନ୍ନା ।
ସୂଚନାରୁ ପ୍ରକାଶ ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା । ଲୋକସଭା ବାଚସ୍ପତି ବେଆଇନ ଭାବେ ବହିଷ୍କାର କରିଥିବା ନେଇ ମହୁଆ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସୂଚନାରୁ ପ୍ରକାଶ ଯେ ମହୁଆଙ୍କ କାର୍ଯ୍ୟକଳାପକୁ ଅତ୍ୟନ୍ତ ଆପତ୍ତିଜନକ, ଅନୈତିକ, ଘୃଣ୍ୟ ଓ ଅପରାଧିକ ଦର୍ଶାଇ ତାଙ୍କୁ କଠୋର ଦଣ୍ଡ ଦେବାକୁ ଏଥିକ୍ସ କମିଟିର ୬ ଜଣ ସଦସ୍ୟ ସୁପାରିଶ କରିଥିଲେ । କମିଟି ପକ୍ଷରୁ ୫ ଶହ ପୃଷ୍ଠାର ଏକ ରିପୋର୍ଟ ବାଚସ୍ପତିଙ୍କୁ ଦିଆଯାଇଥିଲା ।