ପହଲଗାମ ଶୁଣାଣି ପାଇଁ ମନା କଲେ ସୁପ୍ରିମ କୋର୍ଟ, କହିଲେ ସେନାର ମନୋବଳ ଭାଙ୍ଗ ନାହିଁ

ନୂଆଦିଲ୍‌ଲୀ: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ତଦନ୍ତ ନେଇ କରାଯାଇଥିବା ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମ କୋର୍ଟ । ନିରପେକ୍ଷ ତଦନ୍ତ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଭର୍ତ୍ସନା ।

ବର୍ତ୍ତମାନ ଆବେଦନ କରିବାର ସମୟ ନୁହେଁ ବୋଲି କହିଲେ ସୁପ୍ରିମ କୋର୍ଟ । ଏପରି କରି ସେନାର ମନୋବଳ ଭାଙ୍ଗ ନାହିଁ । ବିଚାରପତିଙ୍କ କାମ ତଦନ୍ତ ନୁହେଁ ବୋଲି କହିଲେ ସୁପ୍ରିମ କୋର୍ଟ ।

ଏଭଳି କଠିନ ସମୟରେ ସମସ୍ତେ ଦେଶ ସହିତ ଏକଜୁଟ ହୋଇ ରହିବାର ଆବଶ୍ୟକତା ରହିଛି; ସମ୍ବେଦନଶୀଳ ହେବା ସହ ଦେଶ ପାଇଁ ଦାୟିତ୍ୱବାନ ହେବାକୁ ସୁପ୍ରିମ କୋର୍ଟ ଦେଲେ ପରାମର୍ଶ ।

ଏସଆଇଟି ଗଠନ କରି ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା ।