fbpx

ଘର ଘର ବୁଲି ଭ୍ୟାକ୍ସିନ ଦେବା ସମ୍ଭବ ନୁହେଁ, ଦେଶରେ ସଠିକ୍ ଦିଗରେ ଚାଲିଛି ଟିକାକରଣ ଅଭିଯାନ : ସୁପ୍ରିମକୋର୍ଟ

Advertisement

ନୂଆଦିଲ୍ଲୀ : ଦେଶରେ ଚାଲିଥିବା ଟିକାକରଣ ଅଭିଯାନକୁ ନେଇ ସୁପ୍ରିମକୋର୍ଟ ବୁଧବାର ବଡ ଟିପ୍ପଣୀ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଘର ଘର ବୁଲି ଟିକାକରଣ କରିବା ପାଇଁ ସରକାରଙ୍କୁ ଆଦେଶ ଦେବାକୁ ମନା କରି ଦେଇଛନ୍ତି । ଅଦାଲତ କହିଛନ୍ତି, ଦେଶରେ ବିବିଧ ସ୍ଥିତିକୁ ଦୃଷ୍ଟିରେ ରଖି ଘର ଘର ଯାଇ ଟିକାକରଣ କରାଯିବା ସମ୍ଭବ ନୁହେଁ । ବର୍ତ୍ତମାନ ଦେଶରେ ଟିକାକରଣ ସଠିକ୍ ଢଙ୍ଗରେ ଚାଲିଛି । ତେଣୁ ଏମିତି ସ୍ଥିତିରେ ବର୍ତ୍ତମାନର ଟିକାକରଣ ନୀତିକୁ ବନ୍ଦ କରି ଅଲଗା ଆଦେଶ ପାରିତ କରାଯାଇ ପାରିବ ନାହିଁ ।

ସୁପ୍ରିମକୋର୍ଟ ବିକଳାଙ୍ଗ ଏବଂ ସମାଜର ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ଡୋର ଟୁ ଡୋର କରୋନା ଟିକାକରଣ କରାଯିବା ଦାବିକୁ ଖାରଜ କରିଛନ୍ତି । ଏହା ଉପରେ ଦାଖଲ ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ବିଚାରପତି ବିକ୍ରମ ନାଥ ଓ ବିଚାରପତି ହେମା କୋହଲିଙ୍କ ପୀଠ କହିଛନ୍ତି, ଟିକାକରଣ ଅଭିଯାନ ସଠିକ୍ ମାର୍ଗରେ ଚାଲିଛି । ୬୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଭ୍ୟାକ୍ସିନର ପ୍ରଥମ ଡୋଜ୍ ଦିଆସଲାଣି ।

ପୀଠ କହିଛନ୍ତି, ଲଦାଖର ସ୍ଥିତି କେରଳଠୁ ଭିନ୍ନ । ସେହି ପରି ଉତ୍ତର ପ୍ରଦେଶର ସ୍ଥିତି ଅନ୍ୟ ରାଜ୍ୟଠୁ ଭିନ୍ନ । ସହରାଞ୍ଚଳର ସ୍ଥିତି ଗ୍ରାମାଞ୍ଚଳର ସ୍ଥିତିଠୁ ମଧ୍ୟ ଅଲଗା । ଏହା ଏକ ବିଶାଳ ଦେଶ । ପ୍ରତି ରାଜ୍ୟର ଭିନ୍ନ ଭିନ୍ନ ପ୍ରକାରର ସମସ୍ୟା ରହିଛି । ଏମିତିରେ ଆପଣ ପୂରା ଦେଶ ପାଇଁ ପାଇଁ ଗୋଟିଏ ଆଦେଶ ଚାହିଁ ପାରିବେ ନାହିଁ । ଦେଶରେ ଟିକାକରଣ ଅଭିଯାନ ସଠିକ୍ ପ୍ରଗତିରେ ଚାଲିଛି ବୋଲି ଖଣ୍ଡପୀଠ କହିଛନ୍ତି ।

 

Get real time updates directly on you device, subscribe now.