ମଦ୍ରାସା ଆକ୍ଟର ରାୟ ସଂରକ୍ଷିତ, ଶୁଣାଣି କାଳରେ କୋର୍ଟ କହିଲେ, ୭୦୦ ବର୍ଷର ଇତିହାସ ନଷ୍ଟ କରିପାରିବା ନାହିଁ

ନୂଆଦିଲ୍ଲୀ: ୟୁପିର ମଦ୍ରାସା ଆକ୍ଟକୁ ନେଇ ସୁପ୍ରିମ କୋର୍ଟ ରାୟ ସଂରକ୍ଷିତ ରଖାଯାଇଛି । ୟୁପି ସରକାର ଶିଣାଣି କାଳରେ ନିଜ ପକ୍ଷ ରଖି କହିଛନ୍ତି କି, ମଦ୍ରାସା ଆକ୍ଟର ସେହି ସବୁ ବ୍ୟବସ୍ଥାର ସମୀକ୍ଷା ହେବା ଜରୁରୀ, ଯେଉଁଗୁଡିକ ମୌଳିକ ଅଧିକାର ବିରୋଧୀ । ଆକ୍ଟକୁ ସମ୍ପୂର୍ଣ୍ଣ ରୂପେ ଖାରିଜ କରିବାର ଆବଶ୍ୟକତା ନାହିଁ । ସୁପ୍ରିମ କୋର୍ଟ ମଙ୍ଗଳବାର ଆଲାହାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ହୋଇଥିବା ଚ୍ୟାଲେଞ୍ଜପୂର୍ଣ୍ଣ ଯାଚିକାର ଶୁଣାଣି କରିଛନ୍ତି । ଏଥିରେ ୟୁପି ମାଦ୍ରାସା ଶିକ୍ଷା ବୋର୍ଡ ଅଧିନିୟମ ୨୦୦୪କୁ ଅସମ୍ବିଧାନିକ ଘୋଷିତ କରାଯାଇଥିଲା । ସୁପ୍ରିମ କୋର୍ଟ ସବୁ ପକ୍ଷର ଦଲିଲ ଶୁଣିବା ପରେ ନିଜ ରାୟ ସଂରକ୍ଷିତ ରଖିଛନ୍ତି । ଶୁଣାଣି କାଳରେ ୟୁପି ସରକାର ଏହି ଆକ୍ଟକୁ ସମର୍ଥନ କରିଛନ୍ତି ।

କୋର୍ଟଙ୍କ ସମ୍ମୁଖରେ ରାଜ୍ୟ ସରକାର ତରଫରୁ ଆଡିସିନାଲ ସଲିସିଟର ଜେନେରାଲ କେ ଏମ ନଟରାଜନ କହିଛନ୍ତି କି, ସରକାର ଆଲାହାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱୀକାର କରୁଛି ଓ ତା ବିରୋଧରେ କୌଣସି ଯାଚିକା ଦାଖଲ ନ କରିବାକୁ ସ୍ଥିର କରିଛି । ଏଥିସହ ସରକାର ତରଫରୁ କୁହାଯାଇଛି କି, ଯେଉଁଠି ମଦ୍ରାସା ଆକ୍ଟର ବୈଧତା ଉପରେ ପ୍ରଶ୍ନ ହେଉଛି, ଆମେ ହାଇକୋର୍ଟରେ ବି ଆକ୍ଟକୁ ସମର୍ଥନ ଜଣାଇ ଦଲିଲ ରଖିଥିଲା ଓ ଆଜି ବି ମଦ୍ରାସା ଆକ୍ଟକୁ ନେଇ ଆମର ସେହି ଦୃଷ୍ଟିଭଙ୍ଗୀ ରହିଛି ।

ରାଜ୍ୟ ସରକାରଙ୍କ ଓକିଲ କହିଛନ୍ତି, ମଦ୍ରାସା ଆକ୍ଟକୁ ସମ୍ପୂର୍ଣ୍ଣ ରଦ୍ଦ କରିବା ନିଷ୍ପତ୍ତି ଠିକ ନୁହେଁ । ଆକ୍ଟର ଗୋଟିଏ ବ୍ୟବସ୍ଥାର ସମୀକ୍ଷା ହେବାର ଆବଶ୍ୟକତା ରହିଛି । କାରଣ ଏହା ମୌଳିକ ଅଧିକାର ବିରୋଧୀ । ତେଣୁ ଆକ୍ଟକୁ ଏକଦମ ଖାରଜ କରିବା ଠିକ ହେବ ନାହିଁାଁ ହେଲେ ଏଥିରେ ସାମାନ୍ୟ ପରିବର୍ତ୍ତନର ଆବଶ୍ୟକତା ରହିଛି । ସମ୍ପୂର୍ଣ୍ଣ ରଦ୍ଦ କରିବା ଅନୁଚିତ ।

ସେହିଠି ସିଜେଆଇ ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି, ଧର୍ମନିରପେକ୍ଷତାର ଅର୍ଥ ନିଜେ ବଞ୍ଚିବା ସହ ଅନ୍ୟକୁ ବଞ୍ଚିବାକୁ ଦିଅ । ସେ ପ୍ରଶ୍ନ କରିଛନ୍ତି, କଣ ଆରଟିଆଇ ମଦ୍ରାସା ଉପରେ ଲାଗୁ ହେଉଛି ? ଆହୁରି ପଚାରିଛନ୍ତି, ଭାରତରେ ଆମେ କଣ କହିପାରିବା କି, ଶିକ୍ଷାର ଅର୍ଥରେ ଧାର୍ମିକ ଶିକ୍ଷା ସାମିଲ ହୋଇପାରିବ ନାହିଁ? ଏହି ଦେଶ ଏକ ଧାର୍ମିକ ଦେଶ । ସିଜେଆଇ ଆଗକୁ କହିଛନ୍ତି କି, ଆପଣଙ୍କ ଦେଶର ହିତ ପାଇଁ ମାଦ୍ରାସାକୁ ନିୟନ୍ତ୍ରିତ କରନ୍ତୁ । ଆପଣ ଏମିତି ୭୦୦ ବର୍ଷ ଇତିହାସକୁ ନଷ୍ଟ କରିପାରିବେ ନାହିଁ । ସିଜେଆଇ ରାଜ୍ୟ ସରକାରଙ୍କୁ କହିଛନ୍ତି, ମାନି ନିଅନ୍ତୁ ଆମେ ହାଇକୋର୍ଟଙ୍କ ଆଦେଶକୁ ଅକ୍ଷୁନ୍ନ ରଖୁଛୁ, ତଥାପି ପିଲାଙ୍କ ବାପା ମାଆ ସେମାନଙ୍କୁ ମଦ୍ରାସା ପଠାଇବେ ।

Get real time updates directly on you device, subscribe now.