fbpx

ଇଲେକ୍ଟୋରାଲ ବଣ୍ଡ ମାମଲା: ଏସ୍‌ବିଆଇ ଆବେଦନ ଉପରେ ମାର୍ଚ୍ଚ ୧୧ରେ ଶୁଣାଣି କରିବେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ ସୂଚନା ଦାଖଲ ତାରିଖ ବଢ଼ାଇବା ପାଇଁ ଷ୍ଟେଟ ବ୍ୟାଙ୍କ କରିଥିବା ଆବେଦନର ଶୁଣାଣି ମାର୍ଚ୍ଚ ୧୧ରେ ହେବ ବୋଲି ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଶୁଣାଣି କରିବେ। ଏସବିଆଇ ସୁପ୍ରିମକୋର୍ଟରେ ଆବେଦନ କରି ତାରିଖ ବଢ଼ାଇବାକୁ ଆବେଦନ କରିଥିଲା। ଗତ ମାସରେ ସୁପ୍ରିମକୋର୍ଟ ଇଲେକ୍ଟୋରାଲ ବଣ୍ଡକୁ ଅସାମ୍ବିଧାନିକ ଘୋଷଣା କରିଥିଲେ। ଏହା ସହ କୋର୍ଟ କହିଥିଲେ ଯେ ଏସବିଆଇ ୨୦୧୯ ଏପ୍ରିଲ ୧୨ ତାରିଖ ସୁଦ୍ଧା ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ କିଣାଯାଇଥିବା ଇଲେକ୍ଟୋରାଲ ବଣ୍ଡ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଅବଗତ କରିବା ଉଚିତ।

ଏସବିଆଇ ପୂର୍ବରୁ କହିଥିଲା ଯେ ଏହି ପ୍ରକ୍ରିୟାରେ ସମୟ ଲାଗିବ, ତେଣୁ ଏହି ଅଦାଲତ ଆଦେଶ ପାଳନ କରିବାକୁ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ଦିଅନ୍ତୁ। ଏସବିଆଇ ନିର୍ବାଚନୀ ବଣ୍ଡ ସମ୍ପର୍କିତ ସୂଚନା ପ୍ରଦାନ ନ କରିବାରୁ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ସୁପ୍ରିମକୋର୍ଟରେ ଅବମାନନା ମାମଲା ଦାୟର କରିଛି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନର ପୃଥକ ଶୁଣାଣି କରିବେ।

Get real time updates directly on you device, subscribe now.