fbpx

ସୁପ୍ରିମ କୋର୍ଟଙ୍କ ବଡ ନିଷ୍ପତ୍ତି, ରେଲୱେକୁ ନୋଟିସ ଜାରି

ନୂଆଦିଲ୍ଲୀ; ମାନ୍ୟବର ସୁପ୍ରିମ କୋର୍ଟରେ ଆଜି ଏକ ବଡ଼ ବିବାଦୀୟ ମାମଲାରେ ଶୁଣାଣି ଅନୁଷ୍ଠିତ ହୋଇଛି । ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ଏବଂ ମଥୁରା ଇଦଗାହ ମସଜିଦ ନିକଟରେ ଥିବା ବେଆଇନ ବସତି ଉପରେ ଉପରେ ବୁଲଡୋଜର ଚଲାଇବା ମାମଲା ଉପରେ ଶୁଣାଣି ହୋଇଛି । ଏହାର ଶୁଣାଣି ପରେ ସୁପ୍ରିମକୋର୍ଟ ବୁଲଡୋଜର ଚଲାଇବା କାର୍ଯ୍ୟକୁ ୧୦ ଦିନ ସ୍ଥଗିତ ରଖିଛନ୍ତି । ଖାଲି ସେତିକି ନୁହେଁ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ରସରକାର ଏବଂ ରେଳବାଈଙ୍କୁ ନୋଟିସ ମଧ୍ୟ ଜାରି କରିଛନ୍ତି । ଏହି ମାମଲାର ଶୁଣାଣି ପୁଣି ସପ୍ତାହେ ପରେ ହେବ ।

୧୦୦ ବର୍ଷରୁ ଅଧିକ ସମୟ ଧରି ଲୋକମାନେ ଏଠାରେ ବସବାସ କରୁଥିଲେ । ଏହି ଆଧାରରେ ଏଠାରେ ଉଚ୍ଛେଦ କାର୍ଯ୍ୟ ବନ୍ଦ କରିବାକୁ ଦାବି କରାଯାଇଛି । ଆବେଦନକାରୀ କୋଟଙ୍କୁ କହିଛନ୍ତି ଆଗରୁ ରେଲୱେ ଅନେକ ଜବରଦଖଲ କାରୀଙ୍କୁ ଉଠାଇ ସାରିଛି । ଏବେ କେବଳ ୭୦ରୁ ୮୦ ଘର ବାକି ଅଛି ଯାହାକୁ ନ ଭାଙ୍ଗିବାକୁ କୁହାଯାଇଛି । ସୁପ୍ରିମକୋର୍ଟରେ ଶୁଣାଣି ବେଳେ ରେଲୱେ ତରଫରୁ କେହି ଉପସ୍ଥିତ ନଥିଲେ । ମଥୁରା ବୃନ୍ଦାବନ ରେଲୱେ ଲାଇନ କଡରେ ଜବର ଦଖଲ କରି ରହୁଥିବା ଲୋକମାନଙ୍କୁ ରେଲୱେ ନୋଟିସ ମଧ୍ୟ ଦେଇଥିଲା । ସେମାନଙ୍କୁ ଆଗରୁ ଜାଗା ଖାଲି କରିବାକୁ ମଧ୍ୟ କହିଥିଲେ । ବରିଷ୍ଠ ଓକିଲ ପ୍ରସାନ୍ତ ସେନଙ୍କ କହିବା ଅନୁସାରେ ଏଠାରେ ୨୦୦ ଘର ଭାଙ୍ଗିବା ଦ୍ୱାରା ୩୦୦୦ ଲୋକ ପ୍ରଭାବିତ ହେବେ । ତେବେ ସେମାନଙ୍କ ପାଖରେ ରହିବା ପାଇଁ କୌଣସି ଅନ୍ୟ ସ୍ଥାନ ନାହିଁ । ଏବଂ ଏଠାରେ ଲୋକମାନେ ୧୦୦ ବର୍ଷରୁ ଅଧିକ ସମୟ ଧରି ରହି ଆସୁଛନ୍ତି ।

ସୂଚନା ଥାଉକି, ପ୍ରଥମେ ଏହି ମାମଲା ଆହ୍ଲାବାଦ ହାଇକୋର୍ଟରେ ଚାଲିଥିଲା । କିନ୍ତୁ ଧର୍ମଘଟ ଯୋଗୁଁ ଶୁଣାଣି ହୋଇ ପାରିଲା ନାହିଁ । ଯାହା ଦ୍ୱାରା ଆବେଦନ କାରୀମାନେ ସୁପ୍ରିମ କୋର୍ଟରେ ପହଞ୍ଚିଥିଲେ ।

Get real time updates directly on you device, subscribe now.