fbpx

ମାଗଣାରେ କରୋନା ପରୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Advertisement

ନୂଆଦିଲ୍ଲୀ, ୮ା୪: ଦେଶରେ ମାଗଣାରେ କରୋନା ପରୀକ୍ଷା କରାଯିବ । ଏନେଇ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାସହ ଘରୋଇ ଲ୍ୟାବରେ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଉ ବୋଲି ମଧ୍ୟ କୁହାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୪୯କୁ ବୃଦ୍ଧି ପାଇଛି । କରୋନା ସଂକ୍ରମଣ ପରେ ସୁସ୍ଥ ହୋଇ ୪୦୧ଜଣ ଘରକୁ ଫେରିଛନ୍ତି । ବର୍ତ୍ତମାନ ମଧ୍ୟ ୪୬୪୩ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୫୧୯୪ରେ ପହଞ୍ଚିଛି ।

Get real time updates directly on you device, subscribe now.