fbpx

ଭୁଶୁଡିଲା ୬ ମହଲା କୋଠା, ୧୫ ଆହତ

ନୂଆଦିଲ୍ଲୀ: ଗୁଜରାଟର ସୁରଟରେ ବଡ଼ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏଠାରେ ୬ ମହଲା ବିଶିଷ୍ଟ ବିଲ୍ଡିଂ ଭୁଶୁଡି ପଡିବା ଜଣାପଡିଛି । ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । ସୂଚନାନୁଯାୟୀ, ଏହି ଦୁର୍ଘଟଣାଟି ସୁରଟର ସଚିନ ପାଲି ଗାଁରେ ଘଟିଛି । ଗଟଣାସ୍ଥଳରେ ଫାୟର ଏବଂ ପୋଲିସ ଟୀମ ପହଞ୍ଚିଛନ୍ତି । କୁହାଯାଉଛି ଯେ, ଏହା ଏକ ପୁରୁଣା କୋଠା ଥିଲା ।

ଏହି ଦୁର୍ଘଟଣାର ଖବର ପାଇବା ମାତ୍ରେ ରେସ୍କ୍ୟୁ ଟୀମ ଘଟଣାସ୍ଥଳରେ ପହଁଚିଛନ୍ତି । ରେସ୍କ୍ୟୁ ଅପରେସନ ବର୍ତ୍ତମାନ ଜାରି ରହିଛି । ଭୁଶୁଡିଥିବା କୋଠାର ଆବର୍ଜନା ହଟାଇବା କାମ କରାଯାଉଛି । କୁହାଯାଉଚି ଯେ, ବିଲ୍ଡିଂ ବହୁତ ପୁରୁଣା ଥିଲା ।

Get real time updates directly on you device, subscribe now.