fbpx

ସୁରେଶ ମହାପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ: ଶକ୍ତି ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଦୀପ ଜେନା ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ । ଏନେଇ ଆଜି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ପ୍ରଦୀପ ରାଜ୍ୟ ସରକାରଙ୍କ ସ୍ପେଶାଲ ରିଲିଫ୍ କମିଶନର (ଏସଆରସି) ଦାୟିତ୍ୱରେ ରହିଛନ୍ତି । ସେ ଆସନ୍ତା ମାସ ୧ ତାରିଖରେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ ।

ତେବେ ପ୍ରଦୀପଙ୍କ ନୂଆ ନିଯୁକ୍ତି ପରେ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ଥିବା ସୁରେଶ ମହାପାତ୍ରଙ୍କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ସୁରେଶଙ୍କୁ ରାଜ୍ୟ ସରକାର ଏକ ନୂଆ ଦାୟିତ୍ୱ ଦେଇଛନ୍ତି । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ଅଧ୍ୟକ୍ଷ ଦାୟିତ୍ୱ ନେବେ ସୁରେଶ । ଆସନ୍ତା ୨୮ ତାରିଖରେ ସୁରେଶଙ୍କ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି । ସୁରେଶଙ୍କ ନିଯୁକ୍ତି ନେଇ ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ସୁରେଶଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ଦ୍ୱିତୀୟ ଥର ଛଅ ମାସ ପାଇଁ ବୃଦ୍ଧି କରିଥିଲେ । ଏପରିକି ତାଙ୍କର କାର୍ଯ୍ୟକାଳ ତୃତୀୟ ଥର ପାଇଁ ମଧ୍ୟ ବୃଦ୍ଧି ହେବା ନେଇ ଚର୍ଚ୍ଚା ହେଉଥିଲା । ସୁରେଶଙ୍କ କାର୍ଯ୍ୟକାଳ ସମାପ୍ତ ପରେ ମୁଖ୍ୟ ଶାସନ ସଚିବ ପଦରେ କାହାକୁ ନିଯୁକ୍ତି ମିଳିବ ସେନେଇ ରେସରେ ଏକାଧିକ ଅଧିକାରୀ ରହିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ପ୍ରଦୀପ କୁମାର ଜେନା, ପ୍ରଦୀପ୍ତ କୁମାର, ତୁହିନ କାନ୍ତ ପାଣ୍ଡେ, ରାଜେଶ ବର୍ମା, ସିଜେ ବେଣୁଗୋପାଳ, ରାଜକୁାର ଶର୍ମା, ନିକୁଞ୍ଜ କିଶୋର ସୁନ୍ଦରାୟ, ମୋନା ଶର୍ମା ପ୍ରମୁଖ ।

Get real time updates directly on you device, subscribe now.