ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନଂ ଗୃହମନ୍ତ୍ରୀ ଅମିତ ଶାହ ଅନେକ ଥର କହିସାରିଛନ୍ତି ଯେ, ଦେଶରେ ସମ୍ପୂର୍ଣ୍ଣ ଭାବେ ନକ୍ସଲବାଦ ମୁକ୍ତ ହେବ। ଗୃହମନ୍ତ୍ରୀ ଛତିଶଗଡ଼ରେ ଘୋଷଣା କରିଥିଲେ ଯେ, ୨୦୨୬ ଦୁର୍ଗା ପୂଜା ମଧ୍ୟରେ ବସ୍ତର ଏବଂ ଦନ୍ତେୱାଡାକୁ ନକ୍ସଲ ମୁକ୍ତ କରାଯିବ।
ଝାଡ଼ଖଣ୍ଡ ଏବଂ ଛତିଶଗଡ଼ରେ ଚାଲୁଥିବା ଅପରେସନରେ ଅନେକ ନକ୍ସଲ ନିପାତ ହୋଇଛନ୍ତି। କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସରକାର ନକ୍ସଲ ପ୍ରଭାବିତ ଅଞ୍ଚଳରେ ବିକାଶ କାର୍ଯ୍ୟ ଉପରେ ମଧ୍ୟ ଅଧିକ ଧ୍ୟାନ ଦେଉଛନ୍ତି।
ଏଥିସହ ଆତ୍ମସମର୍ପଣ କରୁଥିବା ନକ୍ସଲମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁଯାୟୀ, ପକ୍କା ଘର ତିଆରି କରାଯାଇ ଦିଆଯାଉଛି। ନକ୍ସଲ ପ୍ରଭାବିତ ଅଞ୍ଚଳରେ ଆତ୍ମସମର୍ପଣ କରୁଥିବା ନକ୍ସଲମାନଙ୍କୁ ଅନେକ ସୁବିଧା ସରକାର ଦେଉଛନ୍ତି।
ଛତିଶଗଡ଼ର ଦନ୍ତେୱାଡାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଆତ୍ମସମର୍ପଣ କରିଥିବା ୩୮ ଜଣ ନକ୍ସଲବାଦୀ ଏବଂ ନକ୍ସଲ ପ୍ରଭାବିତ ପରିବାରଗୁଡ଼ିକୁ ସ୍ଥାୟୀ ଘର ଦିଆଯାଉଛି। ଏଥିପାଇଁ ଭୂମିପୂଜା କରାଯାଇଛି।
#WATCH | Dantewada: Surrendered Naxalite Chhotu Mandvi says, “I joined Naxalite activities in 2015. I surrendered in 2020. The government is providing housing, we thank them for this. They are providing good facilities to everyone. They are providing electricity, water,… https://t.co/d5ef6WjLu7 pic.twitter.com/51Zl84kWU1
— ANI (@ANI) May 27, 2025
ହିତାଧିକାରୀଙ୍କ ମଧ୍ୟରେ ଆତ୍ମସମର୍ପଣ କରିଥିବା ନକ୍ସଲ ଛୋଟୁ ମାଣ୍ଡବୀ ମଧ୍ୟ ହିତାଧିକାରୀଙ୍କ ମଧ୍ୟରେ ଜଣେ। ସେ କହିଛନ୍ତି ଯେ, ୨୦୧୫ ମସିହାରେ ନକ୍ସଲବାଦରେ ସାମିଲ ହୋଇଥିଲେ। ହେଲେ ୨୦୨୦ ମସିହାରେ ସେ ଆତ୍ମସମର୍ପଣ କରିଥିଲେ ଏବଂ ବର୍ତ୍ତମାନ ସରକାର ଘର ଦେଉଛନ୍ତି।