fbpx

ସୂର୍ଯ୍ୟପରାଗ ୨୦୨୪; ଏହି ଦିନ ପଡ଼ୁଛି ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ, ଦେଖିବାକୁ ମିଳିବ ଆଶ୍ଚର୍ଯ୍ୟଜନକ ଦୃଶ୍ୟ

ନୂଆଦିଲ୍ଲୀ:  ଏପ୍ରିଲ ୮ ତାରିଖରେ ହୋଇଥିଲା ୨୦୨୪ ମସିହାର ପ୍ରଥମ ସୂର୍ଯ୍ୟପରାଗ। ଏବେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଅକ୍ଟୋବର ମାସରେ ହେବାକୁ ଯାଉଛି । ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗକୁ ଏକ ଜ୍ୟୋତିର୍ବିଜ୍ଞାନୀ ଘଟଣା ଭାବେ ବିବେଚନା କରାଯାଏ। ସେଥିପାଇଁ ଜ୍ୟୋତିର୍ବିଜ୍ଞାନୀମାନେ ଏହାକୁ ନେଇ ବିଶେଷ ଉତ୍ସାହିତ ଅଛନ୍ତି। କିନ୍ତୁ ଧାର୍ମ ଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଛି। ହିନ୍ଦୁ ଧର୍ମରେ ଚନ୍ଦ୍ରଗ୍ରହଣ ଘଟଣାକୁ ଅଶୁଭ ବୋଲି ବିବେଚନା କରାଯାଏ । ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ରଗ୍ରହଣ ଦେଶ ଓ ବିଶ୍ୱର ସମସ୍ତ ରାଶିଉପରେ ପ୍ରଭାବ ପକାଇଥାଏ । ସୂର୍ଯ୍ୟପରାଗ ବିଷୟରେ କହିବାକୁ ଗଲେ, ଯେତେବେଳେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବରେ ଘୋଡାଇ ଦିଏ, ଏଭଳି ପରିସ୍ଥିତିରେ ପୃଥିବୀରେ ସୂର୍ଯ୍ୟଙ୍କ ଆଲୋକ ହ୍ରାସ ପାଇଥାଏ । ବେଳେବେଳେ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯାଏ । ଏହାକୁ ସୂର୍ଯ୍ୟପରାଗ କୁହାଯାଏ ।

ଅକ୍ଟୋବର ୨ ତାରିଖ ବୁଧବାର ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ହେବ। ପଞ୍ଚାଙ୍ଗ ଅନୁଯାୟୀ, ଏହି ଦିନ ଅଶ୍ୱିନ ଅମାବାସ୍ୟା ତିଥି ହେବ। ସେହିପରି ଏହି ଦିନ ପିତୃପକ୍ଷ ଶ୍ରାଦ୍ଧ/ମହାଲୟାର ଶେଷ ଦିନ ରହିବ। ଅକ୍ଟୋବର ୨ ତାରିଖ ସୂର୍ଯ୍ୟପରାଗ ରାତି ୯ଟା ୧୩ରୁ ୦୩ଟା ୧୭ ପର୍ଯ୍ୟନ୍ତ ରହିବ। ଚନ୍ଦ୍ରଗ୍ରହଣର ସମୁଦାୟ ଅବଧି ପ୍ରାୟ ୬ ଘଣ୍ଟା ହେବ। ଭାରତୀୟ ସମୟ ଅନୁଯାୟୀ, ରାତିରେ ସୂର୍ଯ୍ୟପରାଗ ହେଉଛି। ଏଭଳି ସ୍ଥିତିରେ ଭାରତରେ ଏହି ସୂର୍ଯ୍ୟପରାଗ ଦେଖିବାକୁ ମିଳୁନାହିଁ। ଚନ୍ଦ୍ରଗ୍ରହଣ ନ ଥିବାରୁ ଏହାର ସୁତକ ଅବଧି ମଧ୍ୟ ଏଠାରେ ବୈଧ ହେବ ନାହିଁ ଏବଂ ପୂଜା ପାଠ ଆଦି ଧାର୍ମିକ କାର୍ଯ୍ୟରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।

ଅକ୍ଟୋବର ୨ ତାରିଖରେ ହେବାକୁ ଥିବା ସୂର୍ଯ୍ୟପରାଗକୁ ନେଇ ଜ୍ୟୋତିର୍ବିଜ୍ଞାନ ବୈଜ୍ଞାନିକମାନେ ବେଶ୍ ଉତ୍ସାହିତ ଅଛନ୍ତି, କାରଣ ସୂର୍ଯ୍ୟପରାଗ ସମୟରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିବ। ସୂଚନାଯୋଗ୍ୟ, ଏହା ଏକ ବଳୟାକାର ସୂର୍ଯ୍ୟପରାଗ ହେବ। ଏଥିରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଭଳି ସିଧା ରେଖାରେ ଅଛନ୍ତି। କିନ୍ତୁ ଏହା ସେତେବେଳେ ହୁଏ ଯେତେବେଳେ ଚନ୍ଦ୍ର ତା’ର କକ୍ଷପଥର ସବୁଠାରୁ ଦୂର ବିନ୍ଦୁରେ ଥାଏ, ଯାହା ଫଳରେ ଏହା ଛୋଟ ଦେଖାଯାଏ । ଏଭଳି ପରିସ୍ଥିତିରେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ଘୋଡ଼ାଇବା ପରିବର୍ତ୍ତେ କେବଳ ସୂର୍ଯ୍ୟଙ୍କ କେନ୍ଦ୍ରକୁ ଘେରି ଥାଏ ଏବଂ ଏହାର ଚାରିପାଖରେ ବଳୟ ପରି ଦେଖାଯାଏ । ଏହି ସମୟରେ ଆକାଶରେ ସୂର୍ଯ୍ୟକିରଣ ଏକ ମୁଦି ଭଳି ଦେଖାଯାଏ । ବୈଜ୍ଞାନିକମାନେ ଏହାକୁ ରିଂ ଅଫ୍ ଫାୟାର ନାମ ଦେଇଛନ୍ତି।

Get real time updates directly on you device, subscribe now.