ଆଜି ସୂର୍ଯ୍ୟପରାଗ । ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । ଅପରାହ୍ନରେ ଦେଖିବାକୁ ମିଳିବ ବର୍ଷର ଶେଷ ସୂର୍ଯ୍ୟପରାଗ । ଓଡିଶାରେ କେବଳ ୨୦ ମିନିଟ ପାଇଁ ସୂର୍ଯ୍ୟଗ୍ରହଣ ଦୃଶ୍ୟମାନ ହେବ । ଏହାକୁ ଖାଲି ଆଖିରେ ନଦେଖିବାକୁ ବୈଜ୍ଞାନିକ ମତ ଦେଇଛନ୍ତି । ସେପଟେ ଗ୍ରହଣକୁ ନେଇ ଅନେକ ଧର୍ମୀୟ ବିଶ୍ୱାସ ରହିଛି, ଶ୍ରୀମନ୍ଦିରର ନୀତିକାନ୍ତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଆଜି ରାତିସାରା ଶ୍ରୀମନ୍ଦିରରେ ନୀତିକାନ୍ତି ହେବ । ଓଡିଶାରେ ମଙ୍ଗଳବାର ଅପରାହ୍ନ ୪ଟା ୫୫ ମିନିଟରେ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । ଭୁବନେଶ୍ୱରରେ ଅପରାହ୍ଣ ୪ଟା ୫୭ ମିନିଟରେ ଦୃଶ୍ୟମାନ ହେବ । ରାଜଧାନୀରେ କେବଳ ୨୦ ମିନିଟ ପାଇଁ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ସୂର୍ଯ୍ୟପରାଗକୁ ନେଇ ହିନ୍ଦୁ ଧର୍ମରେ ବିଭିନ୍ନ କଟକଣା, ନୀତିକାନ୍ତି ଓ ଲୋକ ବିଶ୍ୱାସ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟପରାଗର ପ୍ରଭାବ ସମସ୍ତ ରାଶିର ଲୋକଙ୍କ ଉପରେ ପଡ଼ିଥାଏ । କେତେକ ରାଶିର ଲୋକଙ୍କ ପାଇଁ ଏହା ଶୁଭ ହୋଇଥାଏ ତ’ ଆଉ କିଛି ରାଶିର ଲୋକଙ୍କ ପାଇଁ ଅଶୁଭ ହୋଇଥାଏ । ତେବେ ସୂର୍ଯ୍ୟପରାଗ ପରେ କେଉଁ ରାଶିର ଲୋକଙ୍କ ଭାଗ୍ୟ ବଦଳିବାକୁ ଯାଉଛି, ଆସନ୍ତୁ ଜାଣିବା…
ମିଥୁନ:
-କର୍ମକ୍ଷେତ୍ର ଏବଂ ବ୍ୟବସାୟରେ ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ ।
-ବ୍ୟବସାୟରେ ଆର୍ଥିକ ଲାଭ ପାଇଁ ସୁଯୋଗ ରହିବ ।
-ଟଙ୍କା ରୋଜଗାର କରିବାର ସୁଯୋଗ ରହିବ ।
-ନିବେଶରେ ଲାଭ ହୋଇପାରେ ।
-କର୍ମକ୍ଷେତ୍ରରେ ଅବସ୍ଥା ସୁଧୁରିବ ।
-ଏହି ମାସରେ ପରିବାରରେ କିଛି ବିବାଦ ହୋଇପାରେ ।
-ପୂର୍ବରୁ ଚାଲିଆସୁଥିବା ବିବାଦର ସମାଧାନ ହୋଇପାରିବ ।
-ପରିବାରରେ ସୁଖର ପରିବେଶ ରହିବ ।
-ବୈବାହିକ ଜୀବନରେ ମଧୁରତା ରହିବ ।
ସିଂହ
-କର୍ମକ୍ଷେତ୍ର ଏବଂ ବ୍ୟବସାୟରେ ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ ।
-ଆପଣ ସହକର୍ମୀ ଏବଂ ଅଧିକାରୀଙ୍କ ସମର୍ଥନ ପାଇବେ ।
-ଆର୍ôଥକ ଲାଭ ପାଇଁ ସୁଯୋଗ ରହିବ ।
-ନିବେଶ ସୁଯୋଗ ଉପଲବ୍ଧ ହେବ ।
-କର୍ମକ୍ଷେତ୍ରରେ ପୂର୍ବରୁ ଅଟକି ରହିଥିବା କାର୍ଯ୍ୟରେ ଉନ୍ନତି ହେବ ।
-ଏକ ବ୍ୟବସାୟ ଯାତ୍ରା କରିବାକୁ ଯୋଜନା ହୋଇପାରେ ।
-ଦାମ୍ପତ୍ୟ ଜୀବନରେ ମତଭେଦ ହୋଇପାରେ ।
-ଆପଣ ଭଲ ଖବର ପାଇପାରିବେ ।
ବିଛା
-କର୍ମକ୍ଷେତ୍ର ଏବଂ ବ୍ୟବସାୟରେ ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ ।
-ସହକର୍ମୀଙ୍କ ସାହାଯ୍ୟରେ କଠିନ କାର୍ଯ୍ୟ ମଧ୍ୟ ସହଜରେ କରିପାରିବେ ।
-ବ୍ୟବସାୟରେ ଲାଭ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ।
-ଅଗ୍ରଗତି ପାଇଁ ସୁଯୋଗ କର୍ମକ୍ଷେତ୍ରରେ ମିଳିପାରିବ ।
-ସୁଖ-ସୁବିଧା ବଢ଼ିପାରେ ।
ମୀନ
-କର୍ମକ୍ଷେତ୍ର ଏବଂ ବ୍ୟବସାୟରେ ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ ।
-କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ ।
-ବ୍ୟବସାୟରେ ଲାଭ ସୁଯୋଗ ମିଳିବ ।
-ଅଗ୍ରଗତି ପାଇଁ ସୁଯୋଗ ଆସିବ ।
-ପୂର୍ବରୁ ଅଟକି ରହିଥିବା କାର୍ଯ୍ୟରେ ଉନ୍ନତି ଦେଖିବାକୁ ମିଳିପାରେ ।
-ଆର୍ôଥକ ପ୍ରସଙ୍ଗରେ ସାବଧାନ ରୁହନ୍ତୁ ।
-ଆପଣ ପରିବାର ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବେ ।
-ଏକ ଧାର୍ମିକ ସ୍ଥାନ ପରିଦର୍ଶନ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇପାରେ ।