fbpx

ସୂର୍ଯ୍ୟ କୁମାର ହେବେ T-20ର ଅଧିନାୟକ! ହାର୍ଦ୍ଦିକଙ୍କ ଉପରେ ଝୁଲୁଛି ଖଣ୍ଡା, ଆଜି ଘୋଷଣା ହେବ ଶ୍ରୀଲଙ୍କାଗସ୍ତ ପାଇଁ ଟିମ୍ ଇଣ୍ଡିଆ

ଓଡିଶା ଭାସ୍କର: ଭାରତର ଷ୍ଟାର ଅଲରାଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟ୍ୱେଣ୍ଟି ଟ୍ୱେଣ୍ଟି ଫର୍ମାଟର ସ୍ପେଶାଲିଷ୍ଟ ଭାବରେ ଜଣା ଯାଆନ୍ତି । ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ୨୦୨୪ ରେ ମଧ୍ୟ ତାଙ୍କ ଯୋଗଦାନ ବେଶ୍ ଗୁରୁତ୍ୱ ବହନ କରିଥିଲା । ରୋହିତ ଶର୍ମାଙ୍କ ସନ୍ୟାସ ପରେ ତାଙ୍କୁ ଭାରତୀୟ ଟ୍ୱେଣ୍ଟି ଟ୍ୱେଣ୍ଟି ଦଳର ଅଧିନାୟକ କରାଯିବ ବୋଲି ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ଏବେ ଏହା ଅପେକ୍ଷା ଅଧିକ ଚର୍ଚ୍ଚା ହେଉଛି ସୂର୍ଯ୍ୟ କୁମାରଙ୍କୁ ନେଇ । ରିପୋର୍ଟ ଅନୁସାରେ, ସୂର୍ଯ୍ୟ କୁମାର ଯାଦବ ଭାରତୀୟ ଟ୍ୱେଣ୍ଟି ଟ୍ୱେଣ୍ଟି ଦଳର କ୍ୟାପଟେନ ହୋଇ ପାରନ୍ତି । ଶ୍ରୀଲଙ୍କା ଗସ୍ତରେ ହାର୍ଦ୍ଦିକଙ୍କ ସ୍ଥାନରେ ସେ ଅଧିନାୟକ ଦାୟିତ୍ୱ ତୁଲାଇ ପାରନ୍ତି ।

ଅତ୍ୟଧିକ କାର୍ଯ୍ୟଭାର ଓ ଫିଟନେସ କାରଣରୁ ହାର୍ଦ୍ଦିକଙ୍କୁ ଶ୍ରୀଲଙ୍କା ଗସ୍ତରେ ଖେଳାଯିବାକୁ ଥିବା ୩ ଟି ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ ପାଇଁ ଅଧିନାୟକ କରାଯାଇ ନ ପାରେ । ଏହି ଟ୍ୱେଣ୍ଟି ଟ୍ୱେଣ୍ଟି ସିରିଜରେ ଦୁର୍ଦ୍ଦଶ ବ୍ୟାଟର ସୂର୍ଯ୍ୟକୁମାରଙ୍କ ଉପରେ ବିସିସିଆଇ ଓ କୋଚ ଗମ୍ଭୀର ଅଧିନାୟକ ଭାର ଅର୍ପଣ କରି ପାରନ୍ତି । ତାହାସହ ଋଷଭପନ୍ତ କିମ୍ବା ବ୍ୟାଟର ଶୁଭମନ ଗିଲ ଉପଅଧିନାୟକ ରହି ପାରନ୍ତି ।

ଶ୍ରୀଲଙ୍କା ବିପକ୍ଷରେ ୨୭ ଜୁଲାଇରୁ ଟିମ୍ ଇଣ୍ଡିଆ ୩ ମ୍ୟାଚ ବିଶିଷ୍ଟ ଟ୍ୱେଣ୍ଟି ଟ୍ୱେଣ୍ଟି ସିରିଜ ଖେଳିବ । ଆଜି ଶ୍ରୀଲଙ୍କା ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଘୋଷଣା ହୋଇପାରେ । ନୂଆକୋଚ ଗମ୍ଭୀରଙ୍କ ସହ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ନୂଆ ଟିମ୍ ଚୟନ କରିବେ । ହାର୍ଦ୍ଦିକ ବ୍ୟକ୍ତିଗତ କାରଣ ପାଇଁ ଦିନିକିଆ ସିରିଜରେ ଉପସ୍ଥିତ ରହିବେ ନାହିଁ ।

Get real time updates directly on you device, subscribe now.