fbpx

ସୂର୍ଯ୍ୟ କୁମାର ଯାଦବଙ୍କ ଅର୍ଦ୍ଧଶତକ: ରାହୁଲ ଓ ହୁଡାଙ୍କ ଦୃଢ ବ୍ୟାଟିଂ, ୨୩୮ ରନର ଟାର୍ଗେଟ ଦେଲା ଭାରତ

ନୂଆଦିଲ୍ଳୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ଦ୍ୱିତୀୟ ମୁକାବିଲା ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୯ ୱିକେଟ ହରାଇ ୨୩୭ ରନ କରିବା ସହିତ ୱେଷ୍ଟଇଣ୍ଡିଜ ଆଗରେ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି । ଟସ୍ ଜିତି ୱେଷ୍ଟଇଣ୍ଡିଜ ପ୍ରଥମେ ବୋଲିଂ କରିଥିଲା । ଇଶାନ କିଶନଙ୍କ ସ୍ଥାନରେ କେ ଏଲ୍ ରାହୁଲ ଦଳରେ ସାମିଲ ହୋଇଥିବା ବେଳେ ଋଷଭ ପନ୍ତ ଇନିଂସ ଓପନ କରିଥିଲେ ।

ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ମାତ୍ର ୯ ରନରେ ରୋହିତ ଶର୍ମାଙ୍କ ୱିକେଟ ହରାଇଥିଲା । ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ଋଷଭ ପନ୍ତ ୧୮ ରନ ଲେଖାଏଁ ସଂଗ୍ରହ କରିଥିଲେ । ପ୍ରତ୍ୟାବର୍ତ୍ତନ କରିଥିବା ରାହୁଲ(୪୯) ଏବଂ ସୂର୍ଯ୍ୟ କୁମାର(୬୪)ଙ୍କ ମଧ୍ୟରେ ୯୧ ରନର ପାର୍ଟନରଶିପ୍ ହୋଇଥିଲା । ତେବେ ୪୮ ବଲରୁ ୪ ଚୌକା ଓ ୨ ଛକା ସହିତ ୪୯ ରନ କରି ରାହୁଲ ରନ ଆଉଟ ହୋଇଥିଲେ । ଟପ ସ୍କୋରର ସୂର୍ଯ୍ୟ ୮୩ ବଲ ଖେଳି ୫ ଚୌକା ସହିତ ୬୪ ରନ କରିଥିଲେ । ୱାଶିଂଟନ୍ ସୁନ୍ଦର (୨୪) ଏବଂ ଦୀପକ ହୁଡା(୨୯)ଙ୍କ ଉପଯୋଗୀ ଅବଦାନ ବଳରେ ଭାରତ ୯ ୱିକେଟ ହରାଇ ୨୩୭ ରନ ସଂଗ୍ରହ କରିଥିଲା । ଇଣ୍ଡିଜ ପକ୍ଷରୁ ଆଲଜାରି ଯୋଶେଫ୍ ଓ ଓଡିନ୍ସ୍ମିଥ୍ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ । ଅନ୍ୟ ୪ ବୋଲର ପରସ୍ପର ମଧ୍ୟରେ ଗୋଟିଏ ଲେଖାଏଁ ୱିକେଟ ବାଣ୍ଟି ନେଇଥିଲେ ।

Get real time updates directly on you device, subscribe now.