fbpx
BJD SKY
BJD SKY

ଅଫଲାଇନରେ ହେବ ପରୀକ୍ଷା: ସମୀର ଦାସ

BJD

ଭୁବନେଶ୍ୱର: ଗୋଟିଏ ପରୀକ୍ଷା ବାତିଲ ନେଇ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଥିବାବେଳେ, ଏହାରି ମଧ୍ୟରେ ପରୀକ୍ଷା ସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଅଫଲାଇନରେ ପରୀକ୍ଷା ହେବା ପାଇଁ ନିଷ୍ପତ୍ତି ନିଆସରିଛି ଏବଂ କୋର୍ସ ସରିବା ପରେ ହିଁ ଅଫଲାଇନରେ ପରୀକ୍ଷା ହେବ । ସେ କହିଛନ୍ତି ଯେଉଁ ସମୟରେ ପରୀକ୍ଷା ହେବା କଥା, ସେହି ସମୟରେ ହେବ । ତେଣୁ ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ରହୁନ୍ତୁ ।

ସୂଚନାଯୋଗ୍ୟ, ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବାକୁ ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ । କୋଭିଡ ଯୋଗୁଁ ଅନେକ ସମୟରେ କ୍ଲାସ ବନ୍ଦ ରହିବା ଏବେ ଠିକ୍ ଭାବରେ ପାଠପଢ଼ା ହୋଇନଥିବା ଅଭିଯୋଗ କରି ଛାତ୍ରଛାତ୍ରୀମାନେ ଅଭିଯୋଗ କରିବା ସହ ପରୀକ୍ଷା ବାତିଲ କରିବାକୁ ଦାବି କରି ରାଜରାସ୍ତାରେ ପ୍ରତିବାଦ କରିଛନ୍ତି ।

Get real time updates directly on you device, subscribe now.