ଆଜି ସୂର୍ଯ୍ୟ ଦେବ କରିବେ ମୃଗଶିରା ନକ୍ଷତ୍ରରେ କରିବେ ପ୍ରବେଶ, ଏହି ରାଶି ହେବେ ପ୍ରଭାବିତ

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନରେ ଏହି ରାଶି ହେବେ ପ୍ରଭାବିତ

ଓଡ଼ିଶା ଭାସ୍କର: ବୈଦିକ ଜ୍ୟେତିଷରେ ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ ବିଶେଷ ମହତ୍ତ୍ୱ ରଖିଥାଏ। ସୂର୍ଯ୍ୟ ଯେବେ ଗୋଟିଏ ନକ୍ଷତ୍ରରୁ ଅନ୍ୟ ନକ୍ଷତ୍ରକୁ ପ୍ରବେଶ କରେ, ସେତେବେଳେ ଏହାର ପ୍ରଭାବ ସମସ୍ତ ୧୨ ରାଶି ଉପରେ ଦେଖାଯାଇଥାଏ।

୮ ଜୁନ ୨୦୨୫ରେ ସୂର୍ଯ୍ୟ ମୃଗଶିରା ନକ୍ଷତ୍ରରେ ପ୍ରବେଶ କରିବେ। ଏହି ନକ୍ଷତ୍ର ମଙ୍ଗଳ ଗ୍ରହର ଅଧୀନରେ ରହିଥାଏ ଏବଂ ଏଥିରେ ଶକ୍ତି ବୃଦ୍ଧି ଏବଂ ଭାବନାତ୍ମକ ସମ୍ବେଦନଶୀଳତା ସହ ଜଡ଼ିତ।

ସୂର୍ଯ୍ୟଙ୍କ ମୃଗଶୀରା ନକ୍ଷତ୍ରରେ ପ୍ରବେଶ ପାରିବାରିକ ସମ୍ବନ୍ଧ, ଆର୍ଥିକ, ନିଷ୍ପତ୍ତି ନେବା ଏବଂ ଜୀବନଶୈଳୀରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇପାରେ। ବିଶେଷ ଭାବେ କିଛି ରାଶିମାନେ ଏହି ସମୟରେ ସାବଧାନ ରହିବା ଉଚିତ୍‌।

ମେଷ ରାଶି: ମେଷ ରାଶିର ଲୋକଙ୍କୁ ପାରିବାରିକ ମାମଲାରେ ବୁଝିବିଚାରି କାମ କରିବା ଆବଶ୍ୟକ। କୌଣସି ମଧ୍ୟ ନିଷ୍ପତ୍ତିକୁ ଖୁବଶୀଘ୍ର କରିବା ଠିକ୍ ନୁହେଁ। ବାପା ବା ଘରର ବଡ଼ ସଦସ୍ୟମାନଙ୍କ ମଧ୍ୟରେ ସ୍ଥିତି ଖରାପ ହୋଇପାରେ। ଆର୍ଥିକ କ୍ଷେତ୍ରରେ ଆପଣଙ୍କର ବାଜ୍ୟ ଖର୍ଚ୍ଚ ବହୁତ ହୋଇପାରେ।

କର୍କଟ: ଏହି ରାଶି ପାଇଁ ଏହି ସମୟ ଭାବନାତ୍ମକ ଭାବେ ଚ୍ୟାଲେଞ୍ଜିଂ ରହିବ। ପରିବାରରେ ଯେକୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ବା ମତଭେଦର ସାମ୍ନା କରିବାକୁ ପଡ଼ିପାରେ। ଖର୍ଚ୍ଚ ବଢିପାରେ, ଖାସକରି ଘରୋଇ ଆବଶ୍ୟକତା ଉପରେ।

ତୁଳା: ଅପଣ ଧନ ସହ ଜଡ଼ିତ ଯୋଜନା ଗୁଡ଼ିକରେ ସତର୍କ ରହିବା ଆବଶ୍ୟକ। ନିବେଶ ପୂର୍ବରୁ ଅନେକ ଥର ଭାବନ୍ତୁ। ପରିବାରରେ ଯେକୌଣସି ସଦସ୍ୟଙ୍କ ମଧ୍ୟରେ ଝଗଡ଼ା ଲାଗିପାରେ।

ବିଛା: ଆପଣ ରାଗ ଏବଂ ଇଗୋଠାରୁ ଦୂରେଇ ରହିବା ଆବଶ୍ୟକ। ଘରୋଇ ବାତାବରଣରେ ଚିନ୍ତା ଉତ୍ପନ୍ନ ହୋଇପାରେ। କର୍ମକ୍ଷେତ୍ରରେ ମଧ୍ୟ ଧ୍ୟାନ ଭଟକିପାରେ। ଏଥିରେ ଆର୍ଥିକ ସମସ୍ୟାର ସମ୍ଭାବନା ହୋଇପାରେ।

ମୀନ: ଏହି ସମୟ ଆପଣଙ୍କ ମାନସିକ ଦ୍ୱନ୍ଦ୍ୱ ଏବଂ ସମସ୍ୟା ଦେଖାଦେଇପାରେ। ପାରିବାରିକ ଦାୟିତ୍ୱ ବଢିପାରେ ଏବଂ କୌଣସି ପୁରୁଣା ବିବାଦର ଦ୍ୱିତୀୟ ଥର ସାମ୍ନା କରିବାକୁ ପଡ଼ିପାରେ। ଖର୍ଚ୍ଚ ମଦ୍ୟ ବଢିପାରେ।