fbpx

ବାଚସ୍ପତି ପଦରୁ ଇସ୍ତଫା ଦେଲେ ସୂର୍ଯ୍ୟନାରାୟଣ ପାତ୍ର, ୪ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିବା ଚର୍ଚ୍ଚା

ଭୁବନେଶ୍ୱର: ବାଚସ୍ପତି ପଦରୁ ଇସ୍ତଫା ଦେଲେ ସୂର୍ଯ୍ୟନାରାୟଣ ପାତ୍ର। ଉପବାଚସ୍ପତିଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି ସୂର୍ୟ୍ୟନାରାୟଣ ପାତ୍ର । ବାଚସ୍ପତିଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇଥବା ସୂଚନା। ଗତ ପଞ୍ଚାୟତ ନିର୍ବାଚନରେ ଦଳ ଗଞ୍ଜାମରେ ବିଶେଷ ଭଲ ପ୍ରଦର୍ଶନ କରିପାରି ନଥିଲା । ଏହାବାଦ୍ ପ୍ରଦୀପ ପାଣିଗ୍ରାହିଙ୍କୁ ଦଳରୁ ବିଦା କରିବା ପରେ ଗଞ୍ଜାମ ଗଣିତକୁ ସଜାଡ଼ିବା ଲାଗି ସୂର୍ଯ୍ୟନାରାୟଣଙ୍କୁ ପୁଣି ମନ୍ତ୍ରୀ କରିବାକୁ ନିଷ୍ପତ୍ତି ହୋଇଥିବା କୁହାଯାଉଛି ।

ତେବେ ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବହୁତ୍ ମନ୍ତ୍ରୀ ଆଜି ସନ୍ଧ୍ୟାସୁଦ୍ଧା ଅନେକ ମନ୍ତ୍ରୀ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା କରାଯାଉଛି । ଖବର ମୁତବାକ ରାଜସ୍ୱ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଜ୍ୟୋତି ପାଣିଗ୍ରାହୀ, ପଦ୍ମିନି ଦିଆନ, ରଘୁନନ୍ଦନ ଦାସଙ୍କୁ ମଧ୍ୟ ଇସ୍ତଫା ଦେବାକୁ କୁହାଯାଇଥିବା ସୂଚନା ମିଳିଛି ।

 

Get real time updates directly on you device, subscribe now.