fbpx

ସାଗର ଧନକରଙ୍କୁ ହତ୍ୟା ମାମଲା: ସୁଶିଲ କୁମାରଙ୍କୁ ସସ୍‌ପେଣ୍ଡ୍‌ କରିବ ରେଲବାଇ ବୋର୍ଡ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ସ୍ଥାନୀୟ ଛତ୍ରଶାଳ ଷ୍ଟାଡିୟମ ପରିସରରେ ଯୁବ ରେସଲର ସାଗର ଧନକରଙ୍କୁ ହତ୍ୟା କରାଯିବା ମାମଲାରେ ସଂପୃକ୍ତ ଥିବା ଅଭିଯୋଗ କ୍ରମେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଲିମ୍ପିକ୍‌ ପଦକ ବିଜେତା ରେସଲର ସୁଶିଲ କୁମାରଙ୍କୁ ନଦଣ୍ଣଟ୍ଟ ରେଲବାଇ ସସ୍‌ପେଣ୍ଡ କରିବ । କାରଣ ସେ ଏକ ହତ୍ୟା ମାମଲାରେ ଛନ୍ଦି ହୋଇ ପଡିଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିବା ପରେ ଏହି ମାମଲା ନେଇ ଜେରା କରୁଛି । ଗତ ୪ ତାରିଖ ଦିନ ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ସେହିଦିନ ଠାରୁ ଫେରାର ହୋଇ ଯାଇଥିଲେ । ବହୁଦିନ ଧରି କୌଣସି ପତ୍ତା ନ ମିଳିବା ପରେ ପୋଲିସ ପ୍ରଥମେ ଲୁକ୍‌ ଆଉଟ ନୋଟିସ ଜାରି କରିଥିଲା । ମାତ୍ର ସେ କୌଣସି ସ୍ଥାନରେ ଆତ୍ମଗୋପନ ରହିବା ଯୋଗୁ ପୋଲିସ ତାଙ୍କୁ ଧରିବା ସହଜ ହୋଇ ନ ଥିଲା । ଶେଷରେ ପୋଲିସ ବାଧ୍ୟହୋଇ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲା । ତେବେ ଦୁଇ ଦିନ ତଳେ ପୋଲିସ ତାଙ୍କୁ ପଞ୍ଜାବର ଜଳନ୍ଧର ନିକଟରୁ ଗିରଫ କରିଥିଲା ।

ବର୍ତ୍ତମାନ ସେ ପୋଲିସ ରିମାଣ୍ଡରରେ ଅଛନ୍ତି । ଏହି ଘଟଣା ନେଇ ଦିଲ୍ଲୀ ସରକାର ରିପୋର୍ଟ ଦେବାପରେ ରେଲବାଇ ବୋର୍ଡତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆପାତଃ ନିଷ୍ପତ୍ତି ନେଇଛି । ତେଣୁ ଖୁବଶୀଘ୍ର ଚାକିରୀରୁ ସସ୍‌ପେଣ୍ଡ୍‌ କରାଯିବ ବୋଲି ନଦର୍ଣ୍ଣରେଲବାଇର ସିପିଆରଓ ଦୀପକକୁମାର ସୂଚନା ଦେଇଛନ୍ତି ।ଏଥିପ।ଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ କେବଳ ଆନୁଷ୍ଠାନିକ ଘାେଷଣା ବାକି ଅଛି ।

ରେଲବାଇର ଜନୈକ ବରିଷ୍ଠ ପଦାଧିକାରୀ କହିଛନ୍ତି ଯେ ଯେ କୌଣସି କର୍ମଚାରୀ ଏପରି ନିନ୍ଦନୀୟ ତଥା ଅପରାଧ ଜନିତ କାର୍ଯ୍ୟରେ ସଂପୃକ୍ତି ଅଭିଯୋଗ ହେଲେ ତାଙ୍କୁ ପ୍ରଥମ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଚାକିରୀରୁ ସସ୍‌ପେଣ୍ଡ କରାଯିବ । ଏହା ସହିତ ରେଲବାଇବୋର୍ଡ ମଧ୍ୟ ସୁଶିଲ କୁମାରଙ୍କ ବିରୋଧରେ ଏକ ଏତଲା ଦାୟର କରିଛନ୍ତି । ଯୋଗ୍ୟ ଯେ ସୁଶିଲ କୁମାର ନଦର୍ଣ୍ଣ ରେଲବାଇର ଜଣେ ସିନିଅର କମର୍ସିଆଲ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବା ବେଳେ ୨୦୧୫ରୁ ଦିଲ୍ଲୀ ସରକାର ତାଙ୍କୁ ଡେପୁଟେସନରେ ଆଣି ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି ଅଫିସର ଭାବେ ନିଯୁ୍‌କ୍ତି ଦେଇଛନ୍ତି ।

ମୁଖ୍ୟତଃ ସ୍କୁଲସ୍ତରରେ କ୍ରୀଡାର ଉନ୍ନତି ପାଇଁ ଦିଲ୍ଲୀ ସରକାର ସୁଶିଲ କୁମାରଙ୍କୁ ଏହି ପଦରେ ଅବସ୍ଥାପିତ କରିଥିବା ବେଳେ ସେ ସ୍ଥାନୀୟ ଛତ୍ରଶାଳ ଷ୍ଟାଡିୟମରେ ଥିବା କାର୍ଯ୍ୟାଳୟରେ ନିଜର କର୍ତ୍ତବ୍ୟ ସଂପାଦନ କରୁଥିଲେ । ତେବେ ଗତ୪ ତାରିଖ ଦିନ କୌଣସି କାରଣ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହେବା ପରେ ୨୩ ବର୍ଷୀୟ ରେସଲର୍‌ ସାଗର ଧନକରଙ୍କୁ ସୁଶିଲଙ୍କ ସହଯୋଗୀ ଗୋଷ୍ଠୀର ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୁଶିଲ ପ୍ରତ୍ୟେକ୍ଷ ଭାବେ ଏହି ଘଟଣାରେ ସଂପୃକ୍ତି ଥିବା ପୋଲିସ ଜାଣି ପାରିଛି । ତାଙ୍କର ଅନ୍ୟ ସହଯୋଗୀଙ୍କୁ ପୋଲିସ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.