ପବରୁ ୫୦୦୦୦ ଟଙ୍କା ନେଇ ସଶସ୍ତ୍ର ସନ୍ଦିଗ୍ଧ ଫେରାର, ଏଯାଏ ମିଳିନି ଟେର୍

ବେଙ୍ଗାଲୁରୁ,୧୨ା୫:  ସୋମବାର ଭୋରରୁ ବେଙ୍ଗାଲୁରୁରେ ସହର ପୋଲିସର କ୍ୱିକ ରେସପନ୍ସ ଟିମ୍ (QRTs) ମଲ୍ଲେଶ୍ୱରମ୍ ୧୭ କ୍ରସ୍ ନିକଟରେ ଥିବା ଜିଓମେଟ୍ରିର ବ୍ରିୱେରି ଏବଂ କିଚେନ୍ ଥିବା ଏକ ତିନି ମହଲା କୋଠାକୁ ଘେରି ରହିବା ପରେ ଏକ ଭୟଙ୍କର ନାଟକ ଆରମ୍ଭ ହୋଇଥିଲା।

ପୋଲିସ ସୂତ୍ର ଅନୁଯାୟୀ, ଜଣେ ପବ୍ ସୁରକ୍ଷାକର୍ମୀ ଭୋର ପ୍ରାୟ ୪ଟା .୦୩ ସମୟରେ ଜଣେ ସଶସ୍ତ୍ର ଅନୁପ୍ରବେଶକାରୀଙ୍କ ବିଷୟରେ ପୋଲିସ ହେଲପଲାଇନ୍ (୧୧୨) କୁ ସୂଚନା ଦେଇଥିଲେ। ନିଜ ଜୀବନକୁ ଭୟ କରି, ଗାର୍ଡ କୋଠାକୁ ତାଲା ପକାଇ ପୋଲିସ ସହାୟତା ପାଇଁ ଡାକିଥିଲେ।

ଉତ୍ତର ଡିଭିଜନର ଡେପୁଟି ପୋଲିସ କମିଶନର ସୈଦୁଲୁ ଅଦାଭତ୍ ଏହି ଅଭିଯାନର ନେତୃତ୍ୱ ନେଇଥିଲେ। କୋଠାର ପ୍ରତ୍ୟେକ ମହଲା ଏବଂ କୋଠରୀକୁ ସମ୍ପୂର୍ଣ୍ଣ ଭାବରେ ଖୋଜାଖୋଜି କରାଯାଇଥିଲା, କିନ୍ତୁ କୌଣସି ଅନୁପ୍ରବେଶକାରୀଙ୍କ ସନ୍ଧାନ ମିଳି ନଥିଲା । ଯାହା ଫଳରେ ଅଧିକାରୀମାନେ ବିଶ୍ୱାସ କରିଥିଲେ ଯେ, ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବର ସନ୍ଦିଗ୍ଧ ବ୍ୟକ୍ତି ପଳାଇ ଯାଇଥିଲା।

ଅତିରିକ୍ତ ପୋଲିସ କମିଶନର (ପଶ୍ଚିମ) ବିକାଶ କୁମାର ପ୍ରକାଶ କରିଛନ୍ତି, ଗାର୍ଡ ସେମାନଙ୍କୁ କହିଥିଲେ ଅନୁପ୍ରବେଶକାରୀ କଳା ପୋଷାକ, ଗ୍ଲୋଭସ୍ ଏବଂ ଏକ ମାସ୍କ ପିନ୍ଧିଛି ଏବଂ ତା’ ହାତରେ ଏକ ବନ୍ଧୁକ ଅଛି। ପ୍ରାରମ୍ଭିକ ସିସିଟିଭି ଫୁଟେଜ୍ ତୃତୀୟ ମହଲାରେ କିଛି ଗତିବିଧି ଜାଣିବାକୁ ମିଳିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ରେକର୍ଡିଂଗୁଡ଼ିକ ସମ୍ଭବତଃ ହେରଫେର ଯୋଗୁ ଡିଲିଟ୍ ହୋଇଯାଇଥିଲା ।

ଜଣେ ପୋଲିସ ଅଧିକାରୀ କହିଛନ୍ତି, ଅନୁପ୍ରବେଶକାରୀ ପଛ ଦ୍ୱାର ଦେଇ ପଶିଥିଲେ, ତୃତୀୟ ମହଲାରେ ଥିବା ବିୟର କାରଖାନାର କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ, ଅନେକ ସିସିଟିଭି କ୍ୟାମେରାକୁ ଅଚଳ କରିଦେଇଥିଲେ ।  କ୍ୟାସବାକ୍ସରୁ ପ୍ରାୟ ୫୦,୦୦୦ ଟଙ୍କା ଚୋରି କରିଥିଲେ।

‘ଅନୁପ୍ରବେଶକାରୀ ସିଧାସଳଖ ତୃତୀୟ ମହଲାକୁ ଯାଇଥିଲେ, ଯେଉଁଠାରେ ନଗଦ ଟଙ୍କା ରଖାଯାଏ ।  ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ଗାର୍ଡ କହୁଛନ୍ତି, ସେ ଏକ ଅସ୍ତ୍ର ଦେଖିଛନ୍ତି, ଆମେ ଏପର୍ଯ୍ୟନ୍ତ ଯାଞ୍ଚ କରୁଛୁ ଯେ ଏହା ପ୍ରକୃତରେ ଏକ ବନ୍ଧୁକ ଥିଲା କି ନାହିଁ।”

ସୁବ୍ରମଣ୍ୟ ନଗର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧିକୁ ଠାବ କରିବା ଏବଂ ତାଙ୍କୁ ଚିହ୍ନଟ କରିବା ପାଇଁ ଅଞ୍ଚଳରୁ ସିସିଟିଭି ଫୁଟେଜ୍ ତଦନ୍ତ ଆରମ୍ଭ କରିଛି ।