fbpx

ଓକିଲଙ୍କ ପାଇଁ ଖୁସୀ ଖବର; ନିଲମ୍ବନ ଆଦେଶ ଥିବା ୫୪ ଜଣ ଓକିଲ ଏବେ ମୁକ୍ତ, କାର୍ଯ୍ୟରେ ଦେବେ ଯୋଗ

ଭୁବନେଶ୍ୱର : ସମ୍ବଲପୁର ବାର ଆସୋସିଏସନ୍ ର ୫୪ ଜଣ ଆଇନଜୀବୀଙ୍କୁ ଆଶ୍ୱସ୍ତି ମିଳିଛି । ସେମାନଙ୍କ ନାଁରେ ଥିବା ନିଲମ୍ବନ ଆଦେଶକୁ ହଟାଇ ଦିଆଯାଇଛି । ଭବିଷ୍ୟତରେ ଏଭଳି କିଛି କାର୍ଯ୍ୟ ଯେପରି ନ କରନ୍ତି ସେଥିପାଇଁ ଏକ ଅଣ୍ଡର ଟେକିଂ ଦେବେ । ସଂପୃକ୍ତ ଓକିଲମାନଙ୍କ ଉପରେ ଜିଲା ଜଜ୍ ନଜର ରଖିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନା ଦାବିେରେ ସମ୍ବଲପୁରରେ ଅନେକ ଆଇନଜୀବୀ ଆନ୍ଦୋଳନକୁ ଓହ୍ଲାଇଥିଲେ । ଦୀର୍ଘ ବର୍ଷ ଆନ୍ଦୋଳନ କରିବା ମଧ୍ୟ ସରାକର ସେମାନଙ୍କ ଦାବି ପୂରଣ କରିନଥିଲେ । ଏହାକୁ ନେଇ ଆଇନଜୀବୀମାନେ ଅନେକ ଆନ୍ଦୋଳନକୁ ଜୋରଦାର କରିଥିଲେ । ଏହା ସରକାରୀ କାର୍ଯ୍ୟାଳୟରେ ଧସେଇ ପଶି ଭଙ୍ଗାରୁଜା କରିଥିଲେ । ଆପତ୍ତିଜନକ ପରିସ୍ଥିତି ସୃଷ୍ଟି କରିବା ଅଭିଯୋଗରେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କ ଗିରଫ କରାଯାଇଥିଲା । ମୋଟ ୫୪ ଜଣଙ୍କୁ ଗିରଫ଼ କରାଯାଇ ହାଜତରେ ରଖାଯାଇଥିଲା । ଗତ ଫେବୃଆରୀରେ ସେମାନଙ୍କୁ ସର୍ତ୍ତମୂଳକ ଜାମିନରେ ଖଲାସ କରାଯାଇଥିଲା । କିନ୍ତୁ ଏହି ମାମଲାର ସମ୍ପୂର୍ଣ୍ଣ ବିଚାର ହୋଇନଥିଲା । ସେମାନଙ୍କ ଲାଇସେନ୍ସକୁ ରଦ୍ଦ କରାଯାଇଥିଲା । ଯାହ ଫଳରେ ସେମାନେ କାର୍ଯ୍ୟରେ ଯୋଗ ଦେଇ ପାରୁନଥିଲେ । ଏହା ସହ ସେମାନଙ୍କ ନାଁରେ ନିଲମ୍ବନ ନୋଟିସ୍ ମଧ୍ୟ ଜାରି ହୋଇଥିଲା ।

ଆଜି ଏହି ମାମଲାର ଫଇସଲା ହୋଇ ରାୟ ପ୍ରକାଶ ପାଇଛି । ମୋଟ୍ ୫୪ ଜଣଙ୍କ ନାମରେ ଥିବା ନିଲମ୍ବନ ଆଦେଶକୁ ଖାରଜ କରାଯାଇଛି । ଏହା ସହ ରଦ୍ଦ ଲାଇସେନ୍ସକୁ ମଧ୍ୟ ପୁର୍ନବାର କାର୍ଯ୍ୟକ୍ଷମ କରାଯାଇଛି । ସେମାନେ ପୂର୍ବଭଳି ପୁଣି କାର୍ଯ୍ୟରେ ଯୋଗ ଦେଇ ପାରିବେ ।

Get real time updates directly on you device, subscribe now.