fbpx

ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ଜବତ ହେଲା ସନ୍ଦିଗ୍ଧ କାର୍

ମୁମ୍ବାଇ, ୨୬ା୨: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀଙ୍କ ମୁମ୍ବାଇର ଘର ଆଣ୍ଟିଲିଆ ସାମ୍ନାରୁ ଏକ ବିସ୍ଫୋରକ ଭର୍ତ୍ତି ଏସୟୁଭି କାରକୁ ଜବତ କରାଯାଇଛି । ସୁରକ୍ଷାକର୍ମୀ କାରକୁ ଜବତ କରିବା ସହ ପୋଲିସକୁ ଖବର ଦେଇଥିଲେ । କାରରୁ ୨୦ଟି ଜିଲୋଟିନ୍ ଷ୍ଟିକ୍ ମିଳିଛି । ବମ୍ ସ୍କ୍ୱାଡ ଓ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ୧ଟା ସମୟରେ କାରଟି ଆଣ୍ଟିଲିଆ ସାମ୍ନାରେ ଆସି ଛିଡ଼ା ହୋଇଥିଲା । ତେବେ ଦୁଇଟି ଗାଡ଼ି ଆସିଥିବା ସୂଚନା ମିଳିଛି । ଏସୟୁଭି ଡ୍ରାଇଭର କାରକୁ ପାର୍କ କରି ସେ ସ୍ଥାନରୁ ପଳାଇ ଯାଇଥିଲା । ସନ୍ଦିଗ୍ଧ କାର ବିଷୟରେ ସୁରକ୍ଷାକର୍ମୀମାନେ ପୋଲିସକୁ ଖବର ଦେଇଥିଲେ । ତେବେ ଗାଡ଼ିରୁ ମିଳିଥିବା କିଛି ନମ୍ବର ପ୍ଲେଟ୍ ମୁକେଶଙ୍କର ସୁରକ୍ଷାରେ ଥିବା କିଛି ଗାଡ଼ିର ନମ୍ବର ସହ ମ୍ୟାଚ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.