fbpx

M.K.C.G ରେ ଡ଼ାକ୍ତରି ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ

ବ୍ରହ୍ମପୁର: ମହାରାଜା କୃଷ୍ଣ ଚନ୍ଦ୍ର ଗାଜପତି ମେଡିକାଲ କଲେଜର ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଛାତ୍ରୀ ଜଣଙ୍କର ମୃତ୍ୟୁ କିପରି ହେଲା ସେନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ସୂଚନାନୁସାରେ, ମୃତ ଛାତ୍ରୀ ଜଣଙ୍କ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରର ।

ମୃତ ଛାତ୍ରୀଙ୍କ ନାମ ସୁଭାନି ପଟ୍ଟନାୟକ । ସେ ପିଜି ପ୍ରଥମ ବର୍ଷ ଚର୍ମ ବିଭାଗର ଛାତ୍ରୀ । ଏମକେସିଜି ମେଡିକାଲ କଲେଜରେ ଏସଆର ହଷ୍ଟେଲରେ ସେ ରହୁଥିଲେ । ଆଜି ସକାଳେ ସାଙ୍ଗମାନେ ଡାକ୍ତରଖାନା ଯିବା ପାଇଁ ବାହାରିବା ସମୟରେ ତାଙ୍କ ରୁମ ବନ୍ଦ ଥିଲା । କୌଣସି କାରଣରୁ ସନ୍ଦେହ ହେବାରୁ ସେମାନେ ତୁରନ୍ତ ରୁମ ଖୋଲିଥିଲେ । ସେଠାରେ ସେମାନେ ସୁଭାନିଙ୍କୁ ଗୁରୁତର ଅବସ୍ଥାରେ ଦେଖିଥିଲେ ।

ପରବର୍ତ୍ତୀ ସମୟରେ ସେମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସୁଭାନିଙ୍କ ସନ୍ଦେହ ଜନକ ମୃତ୍ୟୁ ଦେଖି ପୋଲିସ ତଦନ୍ତ ଆରମ୍ଭ କରିଥିବାର ଜଣାପଡ଼ିଛି ।

Get real time updates directly on you device, subscribe now.