fbpx

ଅମିତ ଶାହାଙ୍କୁ ଭେଟିଲେ ଶୁଭେନ୍ଦୁ ଅଧିକାରୀ

ପଶ୍ଚିମବଙ୍ଗର ବିରୋଧୀଦଳର ନେତା ସୁଭେନ୍ଦୁ ଅଧିକାରୀ ଗୁରୁବାର ଅମିତ ଶାହାଙ୍କ ସହ ବୈଠକରେ ଯୋଗଦେଇଛନ୍ତି । ରାଜ୍ୟରେ ଜୁଲାଇ ୨ ରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ତେବେ ରାଜ୍ୟରେ ନିର୍ବାଚନ ପରର ହିଂସାକୁ ନେଇ ବିଧାନସଭାରେ ମମତା ବାନାର୍ଜୀ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି ବିଜେପି। ମେ ୨ ରେ ବିଧାନସଭା ନିର୍ବାଚନର ଫଳାଫଳ ପରେ ଏହା ପ୍ରଥମ ଅଧିବେଶନ ହେବାକୁ ଯାଉଛି ।

ସୂଚନାଯୋଗ୍ୟ ପଶ୍ଚିମବଙ୍ଗରେ ଚାଲିଥିବା ପରିସ୍ଥିତି ସମ୍ପର୍କରେ ଶୁଭେନ୍ଦୁ ଅଧିକାରୀ ଶାହାଙ୍କୁ ସୂଚନା ଦେଇଛନ୍ତି। ଶୁଭେନ୍ଦୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଭେଟି ବିଭିନ୍ନ ଆଇନଗତ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଦୁଇ ଦଳ ମଧ୍ୟରେ ଚାଲଥିବା ରାଜନୈତିକ ଯୁଦ୍ଧ କୋର୍ଟରେ ପହଞ୍ଚିଥିବାରୁ ଶୁଭେନ୍ଦୁଙ୍କର ତୁଷାର ମେହେଟ୍ଟାଙ୍କ ସହ ସାକ୍ଷାତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ହୋଇଥିବା ହିଂସାରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ନ୍ୟାୟ ଦେବାପାଇଁ ବିଜେପି ଉଦ୍ୟମ ଜାରିରଖିଛି ।

Get real time updates directly on you device, subscribe now.