fbpx

ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର,୯ ।୧(ଓଡିଶା ଭାସ୍କର): ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱରର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଅଶୋକ ପଣ୍ଡା ଏଥିରେ ସାମିଲ ହୋଇଛନ୍ତି ।

ଏହି କାର୍ଯ୍ୟକାର୍ଯ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ସମ୍ବୋଧନରେ କହିଛନ୍ତି ଯେ, ‘ଭାରତ ଓ ଓଡିଶା ସରକାରଙ୍କ ସହାୟତାରେ ପ୍ରକଳ୍ପ ଆରମ୍ଭ ହୋଇଛି । ବିନ୍ଦୁସାଗରକୁ ସ୍ୱଚ୍ଛ କରିବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଆଇସିଟି, ଆଇଓସି ଓ ଓବିସିସିର ଉଦ୍ୟମରେ ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।’

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଉଦବୋଧନରେ ପ୍ରଥମେ ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ବିନ୍ଦୁ ସାଗର ପ୍ରକଳ୍ପରେ ସହଯୋଗ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ‘ବିନ୍ଦୁ ସାଗର ଆମ ଆଶା ଓ ବିଶ୍ବାସର ତୀର୍ଥ । ବିନ୍ଦୁ ସାଗର ଭୁବନେଶ୍ବରବାସୀଙ୍କ ଜୀବନ ସହ ଜଡ଼ିତ । ସାରା ଭାରତର ସବୁ ତୀର୍ଥର ଜଳ ବିନ୍ଦୁ ସାଗରରେ ରହିଛି । ଏହାକୁ ସ୍ବଚ୍ଛ ରଖିବା ଆମ ନୈତିକ ଦାୟିତ୍ବ ଭୁବନେଶ୍ବରରେ ଅନେକ ତୀର୍ଥ ପୋଖରୀ ରହିଛି । ଏହାକୁ ସଫା ରଖିବା ଆମ ସମସ୍ତଙ୍କ ଦାୟିତ୍ବ । ଏହି କାମରେ ମୁଁ ସମସ୍ତଙ୍କ ସହଯୋଗ କାମନା କରୁଛି ।’

Get real time updates directly on you device, subscribe now.