fbpx
BSKY SKY
BSKY SKY

୪ରୁ ୫ ଡିଗ୍ରୀ ତଳକୁ ଖସିବ ପାରଦ, ପୁଣି ବଢ଼ିବ ଶୀତ

BSKY

ଭୁବନେଶ୍ୱର, ୯ା୧ (ଓଡିଶା ଭାସ୍କର): ଆସନ୍ତା ୧୩ ତାରିଖ ପରଠାରୁ ପୁଣି ରାଜ୍ୟରେ ଶୀତ ଅନୁଭୂତ ହେବ । ତେବେ ଆଗାମୀ ୪ ଦିନ ପାଗ ଶୁଖିଲା ରହିବା ସହ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

୧୩ ତାରିଖରେ ତାପମାତ୍ରା ୪ରୁ ୫ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି । ଫୁଲବାଣୀର ତାପମାତ୍ରା ୧୪.୮ ଓ ଭୁବନେଶ୍ୱରର ତାପମାତ୍ରା ୧୮ ଡିଗ୍ରୀ ରେକର୍ଡ କରାଯାଇଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ ଭଦ୍ରକ ଆଦି ଜିଲ୍ଲାରେ କୁହୁଡ଼ି ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.