୧୩ ତାରିଖର ପୂରା ଘଟଣା ବିଷୟରେ ପୋଲିସକୁ କହିଲେ ସ୍ୱାତୀ ମାଲିୱାଲ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ଟିମ ଆପର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ଘରୁ ବାହାରିଛନ୍ତି । ଦୀର୍ଘ ଚାରି ଘଣ୍ଟାରୁ ଅଧିକ ସମୟ ପରେ ପୋଲିସ ଟିମ ତାଙ୍କ ବାସଭବନରୁ ବାହାରିଛନ୍ତି । ସ୍ୱାତୀ ମାଲିୱାଲ ନିଜ ବୟାନ ପୋଲିସ ଟିମ ସାମ୍ନାରେ ପ୍ରକାଶ କରିଛନ୍ତି । ଦିଲ୍ଲୀ ପୋଲିସର ଅଫିସର ଦ୍ୱିପ୍ରହର ୧ଟା ୫୦ ମିନିଟରେ ତାଙ୍କ ବାସଭବନରେ ପହଞ୍ଚି ଥିଲେ । ସ୍ୱାତୀ ମାଲିୱାଲଙ୍କ ଫ୍ଲାଟର ଟାୱାର ବାହାରେ ସିଆଇପିଏଫର ୪-୫ ଜଣ ଯବାନ ମୁତୟନ ଥିଲେ ।

ଦିଲ୍ଲୀ ପୋଲିସ ସୂତ୍ର ମୁତାବକ, ସ୍ୱାତୀ ମାଲିୱାଲ ନିଜ ବିବୃତ୍ତିରେ ସୋମବାର ୧୩ ତାରିଖ ଦିନ ପୂରା ଘଟଣା ବିଷୟରେ କହିଛନ୍ତି । କେଉଁ ଅବସ୍ଥାରେ ସେ ପିସିଆର କଲ କରିଛନ୍ତି ସେହି ବିଷୟରେ ସେ ପୋଲିସକୁ କହିଛନ୍ତି । ପୋଲିସ ତାଙ୍କ ବିବୃତ୍ତି ଆଧାରରେ ଆଇନଗତ କାର୍ଯ୍ୟ ଆରମ୍ଭ କରିଛି । ଆପର ରାଜ୍ୟସଭା ସାଂସଦ ସ୍ପେଶାଲ ସେଲର ଆଡିସନାଲ ସିପି ପ୍ରମୋଦ କୁଶବାହ ଏବଂ ଆଡିସନାଲ ଡିସିପି ନାର୍ତ ଅଞ୍ଜିତାଙ୍କ ସାମ୍ନାରେ ନିଜର ବିବୃତ୍ତି ପ୍ରକାଶ କରିଛନ୍ତି ।

ସ୍ୱାତୀ ମାଲିୱାଲ ସୋମବାର ଦିନ ଯେତେବେଳେ ସେ ମୁଖ୍ୟମନ୍ତ୍ରୀଙ୍କ ବାସଭଭନରେ ପହଞ୍ଚିଥିଲେ ସେହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ପିଏ ବିଭବ କୁମାର ଦୁର୍ବ୍ୟବହାର କରିଥିଲେ । ଏହା ପରେ ସ୍ୱାତୀ ମାଲିୱାଲ ସିବିସି ଲାଇନ ଥାନାରେ ପହଞ୍ଚିଥିଲେ । ସେଠାରେ ସେ କୌଣସି ଲିଖିତ ଅଭିଯୋଗ କରିନଥିଲେ । ଏହି ଘଟଣା ପରେ ଆମ ଆଦମୀ ପାର୍ଟୀର ମଧ୍ୟ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆପ ର ରାଜ୍ୟସଭା ସାଂସଦ ସଞ୍ଜୟ କହିଛନ୍ତି ଯେ, ଏହି ଘଟଣା ନିନ୍ଦନୀୟ ଅଟେ ଏବଂ ଏହି ମାମଲାରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।