Swiggyରେ ଭାରତୀୟଙ୍କ ପସନ୍ଦ ରହିଆସୁଛି ଏହି ଖାଦ୍ୟ, ପ୍ରତି ମିନିଟରେ 158ଟି ଅର୍ଡର

ନୂଆଦିଲ୍ଲୀ: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଭିତରେ ଅନଲାଇନ ଅର୍ଡରର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ପ୍ରତ୍ୟେତ ଦିନ ହଜାର ହଜାର ଲୋକ ଏଥିରୁ ଖାଦ୍ୟ ଅର୍ଡର କରି ଖାଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ସ୍ବିଗିରୁ ଭାରତୀୟମାନେ ଅଧିକ କଣ ଅର୍ଡର କରିଥାନ୍ତି । ଭାରତୀୟଙ୍କ ଅଲଟାଇମ ଫେବରେଟ୍ ରହିଛି ବିରିୟାନି । ସ୍ବିଗିର ଏକ ରିପୋର୍ଟ ଅନୁସାରେ, 2024 ମସିହାରେ ଦେଶରେ ସବୁଠାରୁ ବିରିୟାନି ହିଁ ଅଧିକ ଅର୍ଡର ହୋଇଛି । ଚଳିତ ବର୍ଷ ଭାରତରେ ପ୍ରକି ସେକେଣ୍ଡରେ ଦୁଇଟି ବିରିୟାନି ଏବଂ ପ୍ରତି ମିନିଟରେ 158ଟି ବିରିୟାନି ଅର୍ଡର ହୋଇଛି । ଗତ 9 ବର୍ଷ ହେବ ଭାରତରେ ବିରିୟାନି ହିଁ ଅଧିକ ଅର୍ଡର କରାଯାଇଥିବା କୁହାଯାଇଛି ।

ଯଦି ଆମେ ରିପୋର୍ଟ କଥା ଦେଖିବା ତାହାଲେ 2024 ମସିହାରେ 8.3 କୋଟି ସଂଖ୍ୟକ ବିରିୟାନି ଆର୍ଡଡର କରାଯାଇଛି । ତେବେ ବିରିୟାନି ପଛକୁ ରହିଛି ମସାଲା ଦୋସା । ମସଲା ଦୋସା 2.3 କୋଟି ଅର୍ଡର ହେବା ସହିତ ଦ୍ବିତୀୟ ସ୍ଥାନରେ ରହିଛି । କେବଳ ବେଙ୍ଗାଲୁଲୁରେ ହିଁ 25 ଲକ୍ଷ ଦୋସା ଅର୍ଡର କରା।ଯାଇଛି । ତେବେ ବେଙ୍ଗାଲୁରିରେ ଦବଦବା ଜାହିର କରିଛି ଦୋସା । ତେବେ ବିରିୟାନିକୁ ନେଇ କୁହାଯାଇଛି ଯେ, ବିଳମ୍ବିତ ରାତିରେ ଅଧିକ ଅର୍ଡର ହୋଇଥିବା ଖାଦ୍ୟ ମଧ୍ୟରେ ରହିଛି ବିରିୟାନି । ରାତି ବଢିବା ସହିତ ବିରିୟାନିର ଚାହିଦା ମଧ୍ୟ ବୃଦ୍ଧି ପାଇଥାଏ ବୋଲି କୁହାଯାଇଛି । ଦିଲ୍ଲୀ, ଚଣ୍ଡିଗଡ ଏବଂ କୋଲକାତାରେ ଅଧିକ ବିକ୍ରି ହୋଇଛି ଆଳୁ ପରଟା ।