fbpx

ଭାରତକୁ ମିଳିବ ଅମ୍ବାନୀଙ୍କ ସ୍ୱିସ୍ ବ୍ୟାଙ୍କ ସମ୍ପତ୍ତି ତାଲିକା

ନୂଆଦିଲ୍ଲୀ, ୧୭ା୫: କଳାଧନ ପ୍ରସଙ୍ଗରେ ଭାରତ ସରକାରଙ୍କୁ ପୁଣି ଏକ ସଫଳତା ମିଳିଛି । ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀ ଓ ତାଙ୍କ ପରିବାର ସଦସ୍ୟଙ୍କ ସ୍ୱିସ୍ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ପ୍ରଦାନ ନେଇ ଅନୁମତି ଦେଇଛନ୍ତି ସୁଇଜରଲାଣ୍ଡ ସୁପ୍ରିମକୋର୍ଟ । ସୁଇଜରଲାଣ୍ଡର ନିୟମ ଅନୁଯାୟୀ, ଉକ୍ତ ଦେଶର ବ୍ୟାଙ୍କରେ ଜମା ଅର୍ଥର ବିବରଣୀ କାହାକୁ ପ୍ରଦାନ କରାଯାଇନଥାଏ । ମାତ୍ର ଭାରତ ସରକାର ଓ ସ୍ୱିସ୍ ସରକାରଙ୍କ ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତି ଆଧାରରେ ଭାରତକୁ ତଥ୍ୟ ପ୍ରଦାନ କରାଯିବ ବୋଲି ଅନୁମତି ଦେଇଛନ୍ତି ସୁଇଜରଲାଣ୍ଡ ସୁପ୍ରିମକୋର୍ଟ ।

ତେବେ ସ୍ୱିସ୍ ସର୍ବୋଚ୍ଚ ଅଦାଲତଙ୍କ ଏହି ନିର୍ଦ୍ଦେଶ ପରେ ଅନିଲ ଅମ୍ବାନୀଙ୍କର ଅଡ଼ୁଆ ବଢ଼ିପାରେ । ଅନିଲ ଅମ୍ବାନୀ, ତାଙ୍କ ପତ୍ନୀ ଟିନା ଅମ୍ବାନୀ, ସନ୍ତାନ ଜୟ ଅନମୋଲ ଓ ଜୟ ଅଂଶୁଲଙ୍କ ସ୍ୱିସ୍ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ୨୦୧୧ ମସିହା ଏପ୍ରିଲ ମାସରୁ ୨୦୧୮ ଡିସେମ୍ବର ମଧ୍ୟରେ ବ୍ୟାଙ୍କରେ ହୋଇଥିବା କାରବାରର ବିବରଣୀ ପ୍ରଦାନ କରାଯିବ ବୋଲି କୁହାଯାଇଛି । ଚଳିତ ବର୍ଷ ଭାରତ ସରକାରଙ୍କ ପକ୍ଷରୁ ଅନେକ ଭାରତୀୟଙ୍କ ସ୍ୱିସ୍ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ମଗାଯାଇଥିଲା ।

Get real time updates directly on you device, subscribe now.