fbpx

ଟି-୨୦ ବିଶ୍ୱକପ୍‌: ଫାଇନାଲରେ ଏଣ୍ଟ୍ରୀ କଲା ଭାରତ, ଏବେ ସାଉଥ ଆଫ୍ରିକାର ପାଳି

Advertisement

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଫାଇନାଲରେ ପାଦ ଥାପିଛି ଭାରତ । ଇଂଲଣ୍ଡକୁ ୬୮ ରନରେ ହରାଇ ଫାଇନାଲରେ ପହଞ୍ଚିଲା ଭାରତ ।ଏଥିସହ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଭାରତୀୟ ଟୀମ ୱାର୍ଲଡ କପ ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି । ତେବେ ଜୁନ ୨୯ ତାରିଖରେ ଭାରତର ଟାଇଟଲ୍ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ସହ ହେବ । ଭାରତ ଏବଂ ସାଉଥ ଆଫ୍ରିକା ନିଜର ସମସ୍ତ ମ୍ୟାଚ ଜିତି ଟି-୨୦ ୱାର୍ଲଡ କପ ୨୦୨୪ରେ ଫାଇନାଲରେ ପ୍ରବେଶ କରିଛନ୍ତି । ବର୍ତ୍ତମାନ ସମସ୍ତଙ୍କ ନଜର ଫାଇନାଲ ଖେଳ ଉପରେ, ଏଥିରେ ଭାରତୀୟ ଟୀମ ଦ୍ୱିତୀୟ ଥର ପାଇଁ ଟି-୨୦ ୱାର୍ଲଡର ଟାଇଟଲ ଜିତିବାରେ ସକ୍ଷମ ହେଉଛି ନା ସାଉଥ ଆଫ୍ରିକା ପ୍ରଥମ ଥର ପାଇଁ ଆଇସିସି ଟ୍ରଫି ଜିତିବାରେ ସଫଳତା ହାସଲ କରୁଛି ।

ଆଜି ଜିତିବା ସହ ରୋହିତ ଶର୍ମା ଏବଂ ଟୀମ ଟି-୨୦ ୱାର୍ଲଡ କପ ୨୦୨୨ର ସେମିଫାଇନାଲରେ ଇଂଲଣ୍ଡ ଠାରୁ ହାରିବାର ମଧ୍ୟ ପ୍ରତିଶୋଧ ନେଇଛି । ଆଜିର ମ୍ୟାଚ କଥା କହିବାକୁ ଗଲେ ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ସାତଟି ୱିକେଟ ହରାଇ୧୭୧ ରନ କରିଛି ।

Get real time updates directly on you device, subscribe now.