fbpx
BSKY
BJD SHG SKY
BJD MC SKY

ଟି-୨୦ ବିଶ୍ୱକପ୍‌ କୋହଲିଙ୍କ ପାଇଁ ଅଗ୍ନି ପରୀକ୍ଷା: ଦଳ ଗଠନ ନେଇ ଚାଲିଛି ବିଚାରବିମର୍ଶ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲି ସବୁ ଫର୍ମାଟରେ ଏକାଧିକ ରେକର୍ଡ ପ୍ରତିଷ୍ଠା କରିବାରେ ସଫଳ ହୋଇ ପାରିଛନ୍ତି । ମାତ୍ର ତାଙ୍କ ନେତୃତ୍ୱରେ ଭାରତ ଆଜି ପର୍ଯ୍ୟନ୍ତ କୌଣସି ଗୁରୁତ୍ୱପୂର୍ଣ୍ଣ ଟ୍ରଫି ଜିତି ପାରି ନାହିଁ । ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ ଦିନିକିଆ ବିଶ୍ୱକପ ଜିତିବା ପାଇଁ ବଡ ସୁଯୋଗ ଥିଲା । ମାତ୍ର ସେମିଫାଇନାଲରେ କୋହଲି ନିଜେ ବିଫଳ ହେବା ସହିତ ଭାରତ ନ୍ୟୁଜିଲାଣ୍ଡ ନିକଟରୁ ପରାସ୍ତ ହୋଇ ଦୁଃଖଦ ବିଦାୟ ନେଲା । ସେହିପରି ଅନ୍ୟ କୌଣସି ବୃହତ ବିଶ୍ୱ ସ୍ତରୀୟ ପ୍ରତିଯୋଗିତାରେ କୋହଲି ଭାରତକୁ ବିଜୟୀ କରାଇ ପାରି ନାହାନ୍ତି ।

କୋହଲିଙ୍କ ନେତୃତ୍ୱରେ ଭାରତ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଓ ନିକଟରେ ନ୍ୟୁଜିଲାଣ୍ଡ ବି କ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନଶି୍‌ ଫାଇନାଲ ମଧ୍ୟ ହାରିଛି । ପୂର୍ବତନ ଅଧନାୟକ ମହେନ୍ଦ୍ର ସିଂ ଥିଲେ ସମ୍ପୂର୍ଣ୍ଣ ନିଆରା । କାରଣ ସେ ବିଶ୍ୱ କ୍ରିକେଟର ଏକମାତ୍ର ସଫଳ ଅଧିନାୟକ ଭାବେ ଟି-୨୦ (୨୦୦୭) ଦିନିକିଆ ବିଶ୍ୱକପ(୨୦୧୧) ଓ ଚାମ୍ପିଅନ୍ସ ଟ୍ରଫି(୨୦୧୨) ଟାଇଟଲ ଜିତି ଏକ ସ୍ୱତନ୍ତ୍ର ସମ୍ମାନର ଅଧିକାରୀ ହୋଇ ପାରିଛନ୍ତି । ଏହି ରେକର୍ଡ ଅତିକ୍ରମ କରିବା ଯେ କୌଣସି ଅଧିନାୟକଙ୍କ ପାଇଁ ନିଶ୍ଚିତ ବଡ ଚାଲେଞ୍ଜ । ତେବେ ଚଳିତ ବର୍ଷ ଭାରତ ଆୟୋଜନ କରୁଛି ଟି-୨୦ ବିଶ୍ୱକପ । ଭାରତରେ ଏହି ବିଶ୍ୱକପ ଅନୁଷ୍ଠିତ ହେବାର ଥିଲା । ମାତ୍ର କରୋନା ଯୋଗୁ ଏହା ୟୁନାଇଟେଡ ଆରବ ଏମିରେଟ୍ସକୁ ସ୍ଥାନାନ୍ତରିତ ହୋଇ ଯାଇଛି । ତେଣୁ କୋହଲି ବାହିନୀ ଘରୋଇ ପରିବେଶରେ ଖେଳିବା ସୁଯୋଗ ହରାଇଛନ୍ତି । ମାତ୍ର କୋହଲି ଏଥର ପୂରାଦମ ଦେଖାଇ ଏହି ବିଶ୍ୱକପ ଜିତିବା ପାଇଁ ଚେଷ୍ଟା କରିବାକୁ ପଡିବ ।

ଅବଶ୍ୟ କୋହଲି ବହୁ ଦିନଧରି ଆଇପିଏଲରେ ରୟାଲ ଚାଲେଞ୍ଜର୍ସ ବାଙ୍ଗୋଲୋର ଦଳର ନେତୃତ୍ୱ ନେଇ ଆସୁଥିବା ବେଳେ କେବେ ଟାଇଟଲ ଜିଣିବା ସୁଯୋଗ ପାଇ ନାହାନ୍ତି । ତେଣୁ ଚଳିତ ବର୍ଷର ଟି-୨୦ ବିଶ୍ୱକପ କୋହଲିଙ୍କ ପାଇଁ ଏକ ବଡ ଅଗ୍ନି ପାରକ୍ଷା । ଆଗାମୀ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି ପୂର୍ବକ ଅନ୍ୟ ସମସ୍ତ ଦଳ ଲଗାତର ଟି-୨୦ ସିରିଜ ଖେଳି ଆସୁଥିବା ବେଳେ ଭାରତ ଏକମାତ୍ର ଦଳ ଭାବେ କୌଣସି ଟି-୨୦ ସିରିଜ ଖେଳିପାରି ନାହିଁ । କାରଣ ଭାରତ ବର୍ତ୍ତମାନ ଇଂଲଣ୍ଡ ବିକ୍ଷ ଟେଷ୍ଟ ସିରିଜ ଖେଳୁଛି । ଅବଶ୍ୟ ବିଶ୍ୱକପ ପୂର୍ବରୁ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ଆଇପିଏଲର ଦ୍ୱିତୀୟ ଭାଗ ଭାରତ ସମେତ ଅନ୍ୟ ସମସ୍ତ ଦଳର ଖେଳାଳିଙ୍କ ପାଇଁ ବିଶେଷ ସହାୟକ ହେବ ।

ଇତି ମଧ୍ୟରେ ଠି-୨୦ ବିଶ୍ୱକପ ପାଇଁ କେତେକ ଦଳର ଖେଳାଳି ତାଲିକା ଘୋଷଣା ହୋଇ ସାରିଲାଣି । ମାତ୍ର ଭାରତୀୟ ଦଳ ଗଠନ ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ । ମାତ୍ର ଇଂଲଣ୍ଡର ଲର୍ଡ୍ସରେ ଅନୁଷ୍ଠିତ ଚଳିତ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଉପଭୋଗ କରିବା ପାଇଁ ଯାଇଥିବା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ,ସେକ୍ରେଟାରୀ ଜୟନ୍ତ ଶହା ଓ ଉପ ସଭାପ୍ତ ରାଜୀବ ଶୁକ୍ଲା ଟି-୨୦ ବିଶ୍ୱକପ ପାଇଁ ଦଳ ଗଠନ ନେଇ ଅଧିନାୟକ କୋହଲିଙ୍କ ସହିତ ଆଲୋଚନା କରିଛନ୍ତି । ତେଣୁ ଆଇପିଏଲ ମଧ୍ୟରେ ଭାରତୀୟ ଦଳ ଗଠନ ପ୍ରକିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.