fbpx

ଟି-୨୦ ବିଶ୍ୱକପ୍: ଦୁଇଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଲା ଭାରତ

Advertisement

ନୂଆଦିଲ୍ଳୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଉଥିବା ସୁପର-୧୨ ମୁକାବିଲାରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଯାଉଥିବା ବେଳେ ଦୁଇଟି ପରିବର୍ତ୍ତନ ସହିତ ପଡିଆକୁ ଓହ୍ଲାଇଛି ଭାରତ ।

ଭାରତ ପକ୍ଷରୁ ଏହି ମ୍ୟାଚରେ ସୂର୍ଯ୍ୟ କୁମାର ଯାଦବ ଏବଂ ଭୁବନେଶ୍ୱର କୁମାରଙ୍କୁ ବାଦ ଦିଆଯାଇଛି । ଅଣ୍ଟା ଯନ୍ତ୍ରଣା ପାଇଁ ସୂର୍ଯ୍ୟଙ୍କ ସ୍ଥାନରେ ଇଶାନ କିଶନଙ୍କୁ ସାମିଲ କରାଯାଇଥିବା ବେଳେ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁରଙ୍କୁ ସାମିଲ କରାଯାଇଛି । ଉଭୟ ଦଳ ପାଇଁ ଏହା କର ବା ମର ମୁକାବିଲା ହୋଇଥିବା ବେଳେ ପଏଣ୍ଟ ଖାତା ଖୋଲିବାକୁ ଉଭୟ ଦଳ ଚେଷ୍ଟା କରିବେ ।

Get real time updates directly on you device, subscribe now.