fbpx

ଦୁଇ ବର୍ଷ ପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ; ଜାଣନ୍ତୁ କେବେ ଓ କେଉଁଠି

ଦୁବାଇ: ପ୍ରକାଶ ପାଇଛି ଆଇସିସି ଟି-୨୦ ବିଶ୍ୱକପ୍ କାର୍ଯ୍ୟସୂଚୀ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି । ଆୟୋଜକ ଦଳ ଭାରତ ଏବଂ ପାକିସ୍ତାନ ଗ୍ରୁପ୍ ବିରେ ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ସହିତ ରହିଥିବା ବେଳେ ଦୁଇଟି ଯୋଗ୍ୟତା ହାସଲକାରୀ ଟିମ୍ ଏହି ଗ୍ରୁପରେ ସ୍ଥାନ ପାଇବେ । ଗ୍ରୁପ୍ ଏରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ସାଉଥ୍ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ରହିଥିବା ବେଳେ ଦୁଇଟି ଯୋଗ୍ୟତା ହାସଲକାରୀ ଦଳ ସାମିଲ ହେବେ ।

ଦୁବାଇରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ପାକିସ୍ତାନ ଦୀର୍ଘ ୨ ବର୍ଷ ପରେ ପରସ୍ପର ମୁକାବିଲା କରିବେ । ଶେଷ ଥର ପାଇଁ ଉଭୟ ଦଳ ୨୦୧୯ କ୍ର୍ରିକେଟ ବିଶ୍ୱକପରେ ପରସ୍ପର ମୁକାବିଲା କରିଥିଲେ । ଏହି ମ୍ୟାଚକୁ ୮୯ ରନରେ ଜିତିବା ସହିତ ଭାରତ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପରାଜୟର ପ୍ରତିଶୋଧ ନେଇଥିଲା

Get real time updates directly on you device, subscribe now.