fbpx

Disney+ Hotstar ଭାଙ୍ଗିଲା ସବୁ ରେକର୍ଡ, ଏତିକି କୋଟି ଲୋକେ ଦେଖିଛନ୍ତି IND vs SA ର ଫାଇନାଲ ମ୍ୟାଚ

Advertisement

ନୂଆଦିଲ୍ଲୀ: ଟି-୨୦ ବିଶ୍ୱ କପର ଫାଇନାଲ ମ୍ୟାଚରେ ଭାରତ ସାଉଥ ଆଫ୍ରିକାକୁ ୭ ରନରେ ପରାସ୍ତ କରି ବିଜୟ ହାସଲ କରିଛି । ଏଥିପାଇଁ ଅନେକ କ୍ରିକେଟ ଟୀମ ଏନେଇ ସେଲିବ୍ରେସନ କରୁଛନ୍ତି । ଷ୍ଟାଡିୟମରେ ମ୍ୟାଚ ଦେଖିବା ତ ଅଲଗା କଥା ହେଲେ ଟିଭି ଏବଂ ଲାଇଭ ଷ୍ଟ୍ରିମିଙ୍ଗରେ ଲୋକେ ଏକ ବଡ ସଂଖ୍ୟାର ରେକର୍ଡ ଭାଙ୍ଗିଛନ୍ତି ।

ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚର ସିଧାପ୍ରସାରଣ Disney+ Hotstar ରେ କରାଯାଉଥିଲା,ଯେଉଁଠାରେ ୫.୩ କୋଟି ଲୋକେ ଏକ ସାଙ୍ଗରେ ମ୍ୟାଚ ଦେଖୁଛନ୍ତି । ରିପୋର୍ଟ ମୁତାବକ, Disney+Hotstar India ର ମୁଖ୍ୟ ସଜିଥ ଶିବାନନ୍ଦନଙ୍କ କହିବାନୁଯାୟୀ, ଟୀମ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରି କୋଟି କୋଟି ଲୋକଙ୍କୁ ଖୁସି ଏବଂ ଗର୍ବିତ କରିଛନ୍ତି ।

ଟୀମ ଇଣ୍ଡିଆ ଜିତିବାପରେ Disney+ Hotstar ନିଜ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲ୍ସରେ ଏକ ଲମ୍ବା-ଚଉଡା ଲେଖିଛି । Disney+ Hotstar ଲେଖିଛି ଯେ, ସମୟ ବିତିବା ସହ ସବୁକିଛି ଠିକ ହୋଇଯାଏ ଏବଂ ଏଭଳି ହୋଇଛି ମଧ୍ୟ । ୧୦ ନଭେମ୍ବର ୨୦୨୩ରେ କୋଟି କୋଟି ଭାରତୀୟ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଯାଇଥିଲା । ହେଲେ ଆଜି ୨୯ ଜୁନ ୨୦୨୪ରେ ପୁଣିି ଲୋକେ ବିଶ୍ୱାସ ସହ ଖୁସି ସେଲିବ୍ରେସନ କରୁଛନ୍ତି ।

Get real time updates directly on you device, subscribe now.