fbpx

ଶୀତଦିନେ ଥଣ୍ଡାପବନ ଠାରୁ କେଶକୁ କିପରି କରିବେ ରକ୍ଷା ? ଆପଣାନ୍ତୁ ଏହି ଟିପ୍ସ

ଶୀତଋତୁ ଆରମ୍ଭ ହୋଇଯାଇଛି । ଥଣ୍ଡା ପବନ ଯୋଗୁଁ ତ୍ୱଚା ଖରାପ ହେବା ସହିତ କେଶରେ ବି ଏହାର ପ୍ରଭାବ ପଡିଥାଏ । ଥଣ୍ଡା ପବନ ଯୋଗୁଁ କେଶ ଅଧିକ କ୍ଷତି ନଷ୍ଟ ହୋଇଥାଏ । ଶୀତଦିନେ ତ୍ୱଚା ବ୍ୟତୀତ କେଶ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ । ଶୀତ ଦିନେ ତ୍ୱଚା ସହ କେଶର ଆର୍ଦ୍ରତା କମ୍ ହୋଇଯାଇଥାଏ । ଏହି କାରଣରୁ କେଶ ଶୁଷ୍କ ହେବା ସହ ସ୍କାଲପ ମଧ୍ୟ ଶୁଖିଯାଇଥାଏ । ହେଲେ କିଛି ଘରୋଇ ଉପାୟରେ ଆପଣ ନିଜ କେଶକୁ ସୁସ୍ଥ ଏବଂ ମଜବୁତ୍ ରଖିପାରିବେ । ଆସନ୍ତୁ ଜାଣିବା କିଛି ସରଳ ଉପାୟ …

– ଶୀତଦିନେ ସପ୍ତାହରେ ଗୋଟିଏ ଥର କେଶରେ ହାଲୁକା ଗରମ ନଡିଆ ତେଲ ମାଲିସ କରନ୍ତୁ । ହାଲୁକା ଗରମ ତେଲରେ କେଶର ମସାଜ କରିବା ବ୍ଲଡ ସର୍କୁଲେସନ ଠିକ୍ ହୋଇଥାଏ ଓ କେଶ ଜଲଦି ବଢ଼ିଥାଏ ।

– ଶୀତଦିନେ ଥଣ୍ଡା ପବନ ଯୋଗୁଁ କେଶ ଅଧିକ ଶୁଷ୍କ ହୋଇଯାଏ । ଏପରି ଅବସ୍ଥାରେ କେଶକୁ ପ୍ରତିଦିନ ଧୁଅନ୍ତୁ ନାହିଁ । ପ୍ରତିଦିନ ଧୋଇବା ଦ୍ୱାରା କେଶର ପ୍ରାକୃତିକ ଅଏଲ କମ୍ ହୋଇଥାଏ ଓ କେଶ ଅଧିକ ଶୁଷ୍କ ହୋଇଯାଏ ।

– ଯଦି କେଶ ସଫା କରିଛନ୍ତି , ତେବେ ଏହାକୁ ଭଲ ଭାବେ ଶୁଖାଇ ବାନ୍ଧିବା ପରେ ଘରୁ ଯାଆନ୍ତୁ । ଶୀତଦିନେ ଏଭଳି କରିବା ଦ୍ୱାରା କେଶ ଶୁଷ୍କ ହୋଇନଥାଏ ।

– ଶୀତଦିନେ କେଶ ଶୁଖାଇବା ପାଇଁ ଅଧିକାଂଶ ଲୋକେ ହେୟାର ଡ୍ରାଏରର ବ୍ୟବହାର କରନ୍ତି । ମାତ୍ର ଏହାର କମ ବ୍ୟବହାର କରନ୍ତୁ । କମ ବ୍ୟବହାର କରନ୍ତୁ । ପ୍ରାକୃତିକ ଉପାୟରେ ହିଁ କେଶକୁ ଶୁଖାନ୍ତୁ । ହେୟାର ଡ୍ରାଏରର ଅଧିକ ବ୍ୟବହାର ଦ୍ୱାରା କେଶ ମୂଳ ଦୁର୍ବଳ ହୋଇଥାଏ ।

– ଶୀତଦିନେ କଣ୍ଡିସନରର ବ୍ୟବହାର କରନ୍ତୁ । ଏହା ଦ୍ୱାରା କେଶରେ ଚମକ ଆସିଥାଏ ଓ କୁଣ୍ଡାଇବାକୁ ବି ସହଜ ହୋଇଥାଏ । କେଶର ଶୁଷ୍କପଣ ଦୂର କରିବାକୁ କଣ୍ଡିସନର ବ୍ୟବହାର କରନ୍ତୁ ।

– ଶୀତଦିନେ କେଶକୁ ଶୁଷ୍କପଣଠାରୁ ଦୂର କରିବାକୁ ହୋମମେଡ ହେବାର ମାସ୍କ ବ୍ୟବହାର କରନ୍ତୁ । ଏହା ଦ୍ୱାରା ଆପଣଙ୍କ କେଶ ପ୍ରକୃତିକ ଉପାୟରେ ଚମକିବ ।

Get real time updates directly on you device, subscribe now.