fbpx
BJD
BJD SKY
BJD SKY

ଶୌଚାଳୟକୁ ମୋବାଇଲ ନେଇ ଯିବା ହୋଇପାରେ ଘାତକ ! ରିସର୍ଚ୍ଚରୁ ଖୁଲାସା

BJD

ଆଜିକାଲି ଛୋଟ ଠାରୁ ବଡ ପିଲା ପର୍ଯ୍ୟନ୍ତ ସକାଳୁ ଉଠିବା ମାତ୍ରେ ମୋବାଇଲକୁ ଖୋଜନ୍ତି । ଏମିତି କି ମୋବାଇଲ ଧରି ଖାଇବା ଛୋଟ ପିଲା ଠାରୁ ବୁଢ଼ାଯାଏଁ ଏହି ଅଭ୍ୟାସରେ ପଡିଯାଇଛନ୍ତି । କିନ୍ତୁ ବାସ୍ତବରେ ଏହା ଯେ କେତେ କ୍ଷତିକାରକ ସେକଥା କେହି ଭାବି ନଥାନ୍ତି ।

ଏକ ଅନୁସନ୍ଧାନରୁ ଜଣାପଡିଛି, ଜନଗହଳିପୂର୍ଣ୍ଣ ଶୌଚାଳୟ କିମ୍ବା ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟର ବ୍ୟବହାର ଠାରୁ ଅଧିକ ଘାତକ ହେଉଛି ଆପଣଙ୍କ ମୋବାଇଲ୍ ଫୋନ୍ । ଏହାକୁ ଆପଣ ଯେତେଥର ସ୍ପର୍ଶ କରନ୍ତି ସେତେ ଅଧିକ ଜୀବାଣୁ ସଂଗ୍ରହ କରନ୍ତି । ମୋବାଇଲ୍ ଫୋନ୍ ବ୍ୟବହାର କରିବା ଦ୍ୱାରା ଚର୍ମରେ କ୍ଷତି ହୋଇପାରେ ।

ଫୋନର ଦୈନନ୍ଦିନ ବ୍ୟବହାର ଏବଂ କଥାବାର୍ତ୍ତା ସମୟରେ ଏହାକୁ ମୁହଁ ପାଖରେ ରଖିବା ଦ୍ୱାରା ଚର୍ମକୁ ଜୀବାଣୁ ସ୍ଥାନାନ୍ତର ହୋଇପାରେ ଏବଂ ଚର୍ମ ସମସ୍ୟା ଭଳି ସମସ୍ୟା ମଧ୍ୟ ଦେଖାଦେଇପାରେ ।

ତେଣୁ ସେ ଫୋନକୁ ଲଗାତାର ସଫା କରିବା ଏବଂ ଓଦା କାପଡ଼ାକୁ ସାବୁନ ପାଣିରେ ବୁଡ଼ାଇ ପୋଛିବା କିମ୍ବା ଆଲକୋହଲ ଦ୍ୱାରା ପୋଛିବା ଆବଶ୍ୟକ । ଏହା ଦ୍ୱାରା ୭୦ ପ୍ରତିଶତରୁ ଅଧିକ ଜୀବାଣୁ ନଷ୍ଟ ହେବେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

Get real time updates directly on you device, subscribe now.