fbpx

ଆସିକାର ବିଭିନ୍ନ ଲଜରେ ଖୁଲମଖୁଲା ଚାଲିଛି ଦେହ ବ୍ୟବସାୟ

ଆସିକା : ଆସିକାର ବିଭିନ୍ନ ଲଜରେ ଚାଲିଛି ଦେହ ବ୍ୟବସାୟ । କିଛି ଦିନ ହେଲା ଆସିକା କଳିଙ୍ଗ ରୋଡ଼ରେ ଥିବା ବହୁ ତଳ ବିଶିଷ୍ଠ ଲଜ୍ ଏଣ୍ଡ ହୋଟେଲ ଗୁଡିକରେ ଚାଲିଛି ଖୁଲମଖୁଲା ଦେହ ବ୍ୟାପର । ଗୁରୁବାର ଏହିଭଳି ଏକ ଘଟଣା ଘଟିଛି ସନ୍ଦେହ ଜନକ ଭାବେ ଆସିକାର ଏକ ନିର୍ଦ୍ଧିଷ୍ଟ ହୋଟେଲରୁ ଶେରଗଡ଼ ପୋଲିସ ପହଞ୍ଚି ହୋଟେଲର ଏକ କୋଠରୀ ଭିତରୁ ଅନ୍ୟ ରାଜ୍ୟରୁ ଆସିଥିବା ଦୁଇ ଜଣ ଯୁବତୀ ଓ ଜଣେ ଯୁବକକୁ ତଦନ୍ତ ପାଇଁ ଉଠାଇ ନେଇଛି. ଏହି ଘଟଣାରେ ତଦନ୍ତ ପାଇଁ ପୋଲିସ ହୋଟେଲ ମାଲିକ ଓ ମ୍ୟାନେଜରକୁ ଆଣି ପ୍ରାଥମିକ ତଦନ୍ତ କରିଛି ।

କେଉଁ ପରିସ୍ଥିତି ଓ କେଉଁ କାର୍ଯ୍ୟରେ ଏକ ବାହାର ରାଜ୍ୟରୁ ଦୁଇ ଜଣ କମ ବୟସର ଯୁବତୀ ଓ ଯୁବକ ସନ୍ଦେହ ଜନକ ଭାବେ ବିଳମ୍ବିତ ରାତ୍ରିରେ ଆସି ବଡ଼ ତରବରିଆ ଭାବେ ହୋଟେଲରେ କେବଳ ଜଣେ ଯୁବତୀଙ୍କ ପରିଚୟ ପତ୍ର ଦେଇ ଗୋଟିଏ କୋଠରୀରେ ରହିଥିଲେ । ଦୀର୍ଘ ତିନିଦିନ ଧରି ଏହି ହୋଟେଲରୁ ଆସିକା ଅଞ୍ଚଳର ବିଭିନ୍ନ ସ୍ଥାନକୁ ଗୋଟିଏ ଭଡା ଗାଡ଼ିରେ ବିଭିନ୍ନ ପୁରୁଷ ବନ୍ଧୁଙ୍କ ସହ ଯାଉଥିଲେ । ଏହିପରି ଅବସ୍ଥାରେ ଶେରଗଡ଼ ଅଞ୍ଚଳକୁ ଯାଇଥିଲାବେଳେ ଏହି ଯୁବତୀମାନଙ୍କ ସହ ଜଣେ ଯୁବକ ଜୋର ଜବରଦସ୍ତ କରି ସୁନା ଓ ଟଙ୍କା ବଳ ପୂର୍ବକ ଝାମ୍ପି ନେଇଥିଲେ ବୋଲି ସମ୍ପୃକ୍ତ ଯୁବତୀ ଜଣକ ଶେରଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏହି ଘଟଣାର ପୋଲିସ ତଦନ୍ତ କରିବା ପାଇଁ ଆସିକା ଠାରେ ପହଞ୍ଚି ଆସିକା ପୋଲିସର ସହାୟତା ନେଇଥିଲା । ମଧ୍ୟରାତ୍ରି ପର୍ଯ୍ୟନ୍ତ ତଦନ୍ତ ପରେ ଶେଷରେ ଅଧିକ ତଦନ୍ତ ପାଇଁ ହୋଟେଲ ମାଲିକକୁ ଏହି ଦୁଇ ଜଣ ଯୁବତୀଙ୍କୁ ନିଜ ଇଜାଲାସା ରେ ରଖିବା ପାଇଁ ପୋଲିସ କୁ ଏକ ଲିଖିତ ଚୁକ୍ତି ନାମା ଦେଇ ଯୁବତୀ ଦୁଇ ଜଣକୁ ମହିଳା ପୋଲିସ ସହାୟତାରେ ଲଜ୍ରେ ଛାଡିଥିଲା । ଏହି ଘଟଣାରୁ ଫିଟିବା ପାଇଁ ଯୁବତୀ ଦୁଇ ଜଣ ଲଜ୍ର ମୁଖ୍ୟ ଫାଟକର ତାଲା ଭାଙ୍ଗି ଫେରାର ହୋଇଯାଇଛନ୍ତି ।

ଏହି ଘଟଣାରେ ପୋଲିସ କିମକର୍ତ୍ତବ୍ୟ ମୁଡରେ ଥିଲା ବେଳେ ଶେରଗଡ଼ ଠାରେ ପୁରୁଷ ବନ୍ଧୁ ଜଣକୁ ପୋଲିସ ଅଟକ ରଖିଛି । ପ୍ରକାଶ ଥାଉକି ଚତୁର ହୋଟେଲ ମାଲିକ ଜଣକ ହୋଟେଲ ଖୋଲିବା ଦିନ ଠାରୁ ହୋଟେଲ ଓ ଲଜିଂ ନିୟମ ଭାଙ୍ଗି ବିଭିନ୍ନ ଅନୈତିକ କାର୍ଯ୍ୟରେ ବ୍ୟବହାର କରୁଥିବା ବହୁ ସମୟରେ ବାରମ୍ବାର ଅଭିଯୋଗ ହୋଇଛି । ହୋଟେଲ ମାଲିକ ମାନେ ଆସିକା ଅଞ୍ଚଳର ବେଶ ପ୍ରଭାବଶାଳୀ ହୋଇଥିବା ଯୋଗୁଁ ତାଙ୍କ ବିରୁଦ୍ଧରେ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁଁ । ଗତକାଲିର ଘଟଣା ଆସିକା ସହରରେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।

ବିଶେଷ କରି କଲେଜ ପଢୁଆ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଏହି ସମସ୍ୟା ଚିନ୍ତାର କାରଣ ପାଲଟିଛି । ତୁରନ୍ତ ଏହି ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ହୋଟେଲ ଗୁଡିକ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରିବା ସହ ଏହି ଲଜିଂ ଗୁଡିକରେ ଅନ୍ୟ ରାଜ୍ୟରୁ ଆସୁଥିବା ଦେହଜୀବୀ ରାକେଟକୁ ଠାବ ନକଲେ ଏକ ବଡ଼ ଧରଣର ଅଘଟଣ ଘଟିଯିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.