fbpx

ମହାସଙ୍କଟ: ତାଲିବାନି ଆତଙ୍କବାଦୀ ଲୁଟିଲେ ଆମେରିକୀ ଅସ୍ତ୍ରଶସ୍ତ୍ର, ଭାରତ ପୂର୍ବରୁ ପାକିସ୍ତାନ ଉପରେ ହୋଇପାରେ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନୀ ଆତଙ୍କବାଦୀ ମାନେ କବଜା କରିବା ପରେ ଭାରତୀୟ ଉଚ୍ଚ ପଦସ୍ତ ସୈନ୍ୟ ଅଧିକାରୀ ମଙ୍ଗଳବାର ଦିନ ଏକ ଚକିତ କରିବା ପରି ଖବର ଦେଇଛନ୍ତି । ଅଧିକାରୀ ମାନେ କହିଛନ୍ତି ଯେ, ତାଲିବାନୀ ଆତଙ୍କବାଦୀ ମାନେ ଆଫଗାନସ୍ତାନ ସେନାଙ୍କ ଠାରୁ ଯେଉଁସବୁ ଅସ୍ତ୍ରଶସ୍ତ୍ର ଲୁଟିଥିଲେ । ତାକୁ ସେମାନେ ପାକିସ୍ତାନକୁ ପଠାଇଛନ୍ତି । ତେଣୁ ସେମାନେ ଆଶଙ୍କା କରୁଛନ୍ତି ଯେ, ଭାରତ ପୂର୍ବରୁ ସେମାନେ ପାକିସ୍ତାନ ଉପରେ ଆତଙ୍କୀ ହମଲା କରିପାରନ୍ତି । ଭାରତରେ ସକ୍ରିୟ ଥିବା ଆତଙ୍କବାଦୀ ମାନଙ୍କ ସେମାନେ ଅସ୍ତ୍ରଶସ୍ତ୍ର ଦେଇପାରନ୍ତି ଯଦ୍ୱାରା ସେମାନେ ଦେଶ ଉପରେ ବଡ଼ ଧରଣର ଆକ୍ରମଣ କରିପାରନ୍ତି । ହେଲେ ଭାରତୀୟ ସେନା ସେମାନଙ୍କ ସହିତ ଲଢ଼ିବାକୁ ପୂର୍ଣ୍ଣ ରୂପରେ ସଜାଗ ରହିଛନ୍ତି ବୋଲି ଉଚ୍ଚାଧିକାରୀ ମାନେ କହିଛନ୍ତି ।

ସେନାର ଅଧିକାରୀ ମାନେ କହିଛନ୍ତି ଯେ, ସେମାନଙ୍କୁ ଏପରି ଅନେକ ଇନପୁଟ ମିଳିଛି । ଯେଉଁଥିରେ କୁହାଯାଇଛି ଯେ, ଆମେରିକାର ଅସ୍ତ୍ରଶସ୍ତ୍ର ବିଶେଷ କରି ଛୋଟ ଛୋଟ ହତିଆର ସବୁକୁ ପାକିସ୍ତାନକୁ ପଠାଯାଉଛି । ହେଲେ ତାଲିବାନ ମାନେ ଯେପରି ଭାବରେ ଆତଙ୍କବାଦୀଙ୍କ ସାହସ ବଢ଼ାଉଛନ୍ତି ତାକୁ ଦେଖିଲେ ଲାଗୁଛି ଏସବୁ ଅସ୍ତ୍ରଶସ୍ତ୍ର କୌଣସି ହିଂସା କାର୍ଯ୍ୟରେ ବ୍ୟବହାର କରାଯିବ ।

ସୂଚନା ରହିଛି ଯେ, ଗତ ୨୦ ବର୍ଷ ମଧ୍ୟରେ ଏମ୍-୧୬ ଏବଂ ଏମ-୪ ଅସଲ୍ଟ ରାଇଫଲ୍ ବ୍ୟତୀତ ୬.୫ ଲକ୍ଷରୁ ଅଧିକ ଛୋଟ ଛୋଟ ଅସ୍ତ୍ରଶସ୍ତ୍ର ପଠାଯାଇଛି । ତେବେ ଅଫଗାନ୍ ସେନାଙ୍କୁ ଆମେରିକା ପକ୍ଷରୁ ଅନେକ ବଡ଼ ବଡ଼ ଅସ୍ତ୍ରଶସ୍ତ୍ର ଦିଆଯାଇଥିଲା । ଯେପରିକି ବୁଲେଟପ୍ରୁଫ୍ ଉପକରଣ, ନାଇଟ୍ ଭିଜନ୍ ଗଗଲ୍ସ ଏବଂ ଦୁରବିକ୍ଷଣ ଉପକରଣ ଇତ୍ୟାଦି । ହେଲେ ତାଲିବାନି ମାନେ ସେମାନଙ୍କ ଠାରୁ ସବୁକିଛି ଛଡ଼ାଇ ନେଇଛନ୍ତି ।

Get real time updates directly on you device, subscribe now.