fbpx

ଦୁଃଖ ଦେଲେ ତିନି ପରିବା! ଟମାଟୋ ମାରିଲା ୧୦୦, ନର୍ଭସ ୯୦ରେ ଆଉଟ୍ ହେଲା ପିଆଜ, ଆଳୁର ଅର୍ଦ୍ଧଶତକ

Advertisement

ନୂଆଦିଲ୍ଲୀ: ଅସହ୍ୟ ଗରମରେ ଜନସାଧାରଣ ଯେତିକି ଛଟପଟ ହେଉଥିଲେ ଏବେ ବର୍ଷାର ଆଗମନ ପରେ ଅବସ୍ଥା ଆହୁରି ବଳିଯାଇଛି । ଗତ କିଛିଦିନ ହେଲା ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଅନୁଭୂତ ହେଉଥିବା ବେଳେ ଆଗକୁ ପୁଣି ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ତେବେ ବର୍ଷାର ଆଗମନ ହେଉ ହେଉ ପରିବା ଦରରେ ଲାଗିଛି ନିଆଁ । ଟମାଟୋ, ଆଳୁ, ପିଆଜ ଆଦି ବିଭିନ୍ନ ପରିବା ମହଙ୍ଗା ହୋଇଯାଇଛି ।

ଖବର ମୁତାବକ, ବର୍ଷା ମଧ୍ୟରେ ଟମାଟୋ, ଆଳୁ ଓ ପିଆଜ ଗରିବ ଲୋକଙ୍କୁ କନ୍ଦାଇବା ଆରମ୍ଭ କରିଦେଇଛନ୍ତି । ମହଙ୍ଗା ମାଡ଼ରେ ଟମାଟୋ ଦର ୧୦୦ ଟପିଥିବା ବେଳେ ପିଆଜ ନର୍ଭସ ୯୦ରେ ଆଉଟ୍ ହୋଇଯାଇଛି । ସେହିପରି ଆଳୁ ଦର ଅର୍ଦ୍ଧଶତକ ମାରିଛି । ତେଣୁ କ’ଣ ଖାଇବେ, କ’ଣ ରାନ୍ଧିବେ ଏଇ ଚିନ୍ତାରେ ଏବେ ଗରିବ ଲୋକଟିଏ ଛଟପଟ ହେଉଛି । କିଛିଦିନ ପୂର୍ବରୁ ଆଳୁ ଓ ପିଆଜ କେଜି ୨୫-୩୫ ମଧ୍ୟରେ ରହିଥିଲା ବେଳେ ଏବେ ତାହା ୨-୩ ଗୁଣ ବଢ଼ିଯାଇଛି । ତେଣୁ ଏହି ମହଙ୍ଗା ମାଡ଼ରୁ କିପରି ମୁକୁଳିବେ ସେନେଇ ଏବେ ଗ୍ରାହକ ଚିନ୍ତାରେ ପଡ଼ିଯାଇଛନ୍ତି ।

ମଙ୍ଗଳବାର ଦିନ ଦେଶରେ ଟମାଟୋର ସର୍ବାଧିକ ମୂଲ୍ୟ ୧୩୦ ଟଙ୍କା ରହିଥିବା ବେଳେ ପିଆଜ ୯୦ ଓ ଆଳୁ ୮୦ ଟଙ୍କା ରହିଥିଲା । ଉପଭୋକ୍ତା ମନ୍ତ୍ରଣାଳୟର ୱେବସାଇଟରେ ଏହି ତଥ୍ୟ ଦିଆଯାଇଥିଲା । ଅଧିକାଂଶ ସହରରେ ଏବେ ଟମାଟୋ କେଜି ୧୦୦ରେ ପହଞ୍ଚି ଯାଇଥିବା ବେଳେ ଆଭରେଜ୍ ରେଟ ୫୪.୪୨ ଟଙ୍କା ରହିଛି । ଗତକାଲି ସବୁଠାରୁ ମହଙ୍ଗା ଟମାଟୋ ଆଣ୍ଡାମାନ ନିକୋବରରେ ବିକ୍ରି ହୋଇଥିଲା, ଯାହାର କେଜି ରହିଥିଲା ୧୧୬.୬୭ ଟଙ୍କା । ସେଠାରେ ପିଆଜ କେଜି ୬୦ ଟଙ୍କା ଓ ଆଳୁ କେଜି ୬୧.୬୭ ଟଙ୍କା ରହିଥିଲା । ସରକାରୀ ତଥ୍ୟ ମୁତାବକ, ଗତକାଲି ଉତ୍ତରପ୍ରଦେଶରେ ଟମାଟୋର ଆଭରେଜ୍ ମୂଲ୍ୟ କେଜି ପ୍ରତି ୪୬.୪୭ ଟଙ୍କା ରହିଥିଲା । ସେହିପରି ପିଆଜ କେଜି ୪୧ ଟଙ୍କା ଓ ଆଳୁ କେଜି ୩୦ ଟଙ୍କା ରହିଥିଲା । ସେହିପରି ବିହାରରେ ସରକାରୀ ତଥ୍ୟ ଅନୁସାରେ, ଟମାଟୋ କେଜି ୪୦.୧୯ ଟଙ୍କା, ପିଆଜ କେଜି ୩୫.୮୯ ଟଙ୍କା ଓ ଆଳୁ କେଜି ୩୦.୨୩ ଟଙ୍କା ରହିଥିଲା । ଦିଲ୍ଲୀରେ ଟମାଟୋ, ପିଆଜ ଓ ଆଳୁ କେଜି ଯଥାକ୍ରମେ, ୫୦, ୪୦ ଓ ୪୦ ଟଙ୍କାରେ ବିକ୍ରି ହୋଇଥିଲା ।

Get real time updates directly on you device, subscribe now.