fbpx

ତାମିଲ ଅଭିନେତା ବିକ୍ରମଙ୍କୁ ହାର୍ଟ ଆଟାକ୍, ମେଡିକାଲରେ ଭର୍ତ୍ତି

Advertisement

ନୂଆଦିଲ୍ଲୀ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ବଡ଼ ଖବର ଆସିଛି । ହାର୍ଟ ଆଟାକର ଶିକାର ହୋଇଛନ୍ତି ତାମିଲ୍ ଅଭିନେତା ବିକ୍ରମ । ତେଣୁ ବିକ୍ରମଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୫୬ ବର୍ଷୀୟ ଅଭିନେତା କାୱେରୀ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ତାଙ୍କ ମୁଖପାତ୍ର ସୂଚନା ଦେଇଛନ୍ତି ।

ରିପୋର୍ଟ ମୁତାବକ, ବିକ୍ରମ ଆଜି ତାଙ୍କର ପରବର୍ତ୍ତୀ ଫିଲ୍ମ ‘ପୋନ୍ନିୟିନ ସେଲବନ ପାର୍ଟ ୧’ର ଟିଜର ଲଞ୍ଚ କାର୍ଯ୍ୟକ୍ରମରେ ସାମିଲ ହେବାର ଥିଲା । ଉକ୍ତ କାର୍ଯ୍ୟକ୍ରମ ଚେନ୍ନଇରେ ହେବା ନେଇ ସ୍ଥିର ହୋଇଥିଲା । ତେବେ ଉକ୍ତ ଫିଲ୍ମରେ ବିକ୍ରମ ଲିଡ ରୋଲରେ ଆସିବେ । ଚାରିବର୍ଷ ପରେ ଐଶ୍ୱର୍ଯ୍ୟ ରାୟ ବଚ୍ଚନ ଏହି ଫିଲ୍ମ ମାଧ୍ୟମରେ ବଡ଼ ପରଦାକୁ ଫେରୁଛନ୍ତି ।

ମଣିରତ୍ନମ ଉକ୍ତ ଫିଲ୍ମକୁ ଲେଖିଥିବା ବେଳେ ନିଜେ ନିର୍ଦ୍ଦେଶନା ଦାୟିତ୍ୱ ମଧ୍ୟ ସମ୍ଭାଳୁଛନ୍ତି । ଶେଷଥର ପାଇଁ ପରଦାକୁ ବିକ୍ରମଙ୍କ ‘ମହାନ’ ଫିଲ୍ମ ଆସିଥିଲା । ଏହି ଫିଲ୍ମଟି ଚଳିତ ବର୍ଷ ପ୍ରାରମ୍ଭରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଥିଲା । ଫିଲ୍ମକୁ ଦର୍ଶକମାନେ ବହୁତ ପସନ୍ଦ କରିଥିବା ବେଳେ ସୋସିଆଲ ମିଡ଼ିଆରେ ଏନେଇ ବହୁତ ପ୍ରଶଂସା ମିଳିଥିଲା ।

ବିକ୍ରମ ତାମିଲ, ତେଲୁଗୁ ଓ ହିନ୍ଦି ସମେତ ଅନେକ ଭାଷାରେ ଅଭିନୟ କରିସାରିଛନ୍ତି । ସେ ୨୦୦୪ରେ ରାଷ୍ଟ୍ରୀୟ ପୁରସ୍କାର ପାଇଥିଲେ । ଆଜି ପର୍ଯ୍ୟନ୍ତ ସେ ୭ଟି ଫିଲ୍ମଫେୟାର ପୁରସ୍କାର, ତାମିଲନାଡ଼ୁ ରାଜ୍ୟ ଫିଲ୍ମ ପୁରସ୍କାର ଓ ତାମିଲନାଡ଼ୁ ସରକାରଙ୍କ କଲୈମାମଣି ପୁରସ୍କାର ପାଇଛନ୍ତି ।

Get real time updates directly on you device, subscribe now.