fbpx

ତାମିଲନାଡୁ ରାଜନୀତିରେ ହଟଚମଟ: ଡିଏମକେ ମନ୍ତ୍ରୀଙ୍କ ଡ୍ରାଇଭର ଛାତ୍ରୀଙ୍କୁ କଲା ଦୁଷ୍କର୍ମ, ପୋଲିସ ଅଭିଯୁକ୍ତକୁ ଦେଉଛି ସୁରକ୍ଷା

ଚେନ୍ନାଇ: ତାମିଲନାଡୁରେ ହଟଚମଟ । ସରକାର ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ବିଜେପି ନେତା । ସ୍କୁଲ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିବା ସହ ଘଟଣାର ଭିଡଓ କରି କରିଛନ୍ତି ବ୍ଲାକମେଲ । ଅଭିଯୋଗ ପରେ ମଧ୍ୟ ପୋଲିସ ନେଉନି ଆକ୍ସନ । ସରକାରରେ ଥିବା ମନ୍ତ୍ରୀଙ୍କ ଡ୍ରାଇଭରକୁ ବଞ୍ଚାଇବାକୁ ଷ୍ଟେଲିନ ସରକାର ପକାଉଛି ପୋଲିସ ଉପରେ ଚାପ ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତା ସେଲଭା କୁମାର ।

ସୋମବାର ଦିନ ସେଲଭା କୁମାର ଟ୍ୱିଟ କରି କହିଛନ୍ତି କି, ଶିକ୍ଷା ମନ୍ତ୍ରୀ ଅନବିଲ ମହେଶଙ୍କ ଡ୍ରାଇଭର । ଅଭିଯୁକ୍ତ ପୀଡିତା କଲେଜ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିବା ପରେ ତାର ଭିଡିଓ କରିଥିଲା । ସେହି ଭିଡିଓ ଦେଖାଇ ଏକାଧିକ ଥର ତାର ସାଙ୍ଗ ମାନଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଛି ।

ଆହୁରି ବିଜେପି ନେତା କହିଛନ୍ତି କି, ପୀଡିତା ଏସପି ଅଫିସ ଯାଇ ଅଭିଯୋଗ କରିଥିଲେ ମଧ୍ୟ ମନ୍ତ୍ରୀ ମହେଶଙ୍କ ଡ୍ରାଇଭର ଏଥିରେ ଜଡିତ ଥିବାରୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ମାମଲାକୁ ଘୋଡେଇବାକୁ ପୋଲିସ ଚେଷ୍ଟା କରୁଥିବା ବିଜେପି ନେତା କହିଛନ୍ତି ତାଙ୍କ ଟ୍ୱିଟରେ ।

ତେବେ ୧୭ ବର୍ଷୀୟା ଛାତ୍ରୀ ଏସପି ଅଫିସରେ ଅଭିଯୋଗ କରିଥିଲେ କି, ମନ୍ତ୍ରୀଙ୍କ ଡ୍ରାଇଭର ଶିଳାମ୍ବରସନ ପ୍ରଥମେ ବନ୍ଧୁତା ରଖିଥିଲା । ପରେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ସମୟର ଭିଡିଓ କରି ସେହି ବିଡିଓ ଦେଖାଇ ତାର ବନ୍ଧୁମାନଙ୍କ ସହ ଯିବାକୁ ବାଧ୍ୟ କରୁଥିଲ।। ସେଠାରେ ଛାତ୍ରୀ ସହ ଗଣ ଦୁଷ୍କର୍ମ ହୋଇଥିଲା ।

ଅଭିଯୁକ୍ତର କଥା ନ ମାନିଲେ ସେ ଭିଡିଓ ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ କରିଦେବ ବୋଲି ଧମକ ଚମକ ଦେଉଥିଲା ବୋଲି ପୀଡିତା ନିଜ ଅଭିଯୋଗରେ ଉଲ୍ଲେଖ କରିଥିଲେ । ଭୟରେ ଛାତ୍ରୀ କାହାରିକୁ କିଛି କହିନଥିଲେ । କିନ୍ତୁ ଯେତେବେଳେ ସେ ଗର୍ଭଧାରଣ କଲେ, ଅଭିଯୁକ୍ତ ତାଙ୍କୁ ଏକ ଔଷଧ ଖୁଆଇ ଗର୍ଭପାତ କରାଇଥିବା ଅଭିଯୋଗକାରିଣୀ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ।

ତେବେ ପରବର୍ତ୍ତୀ ମୂହୁର୍ତ୍ତରେ ଗଣଦୁଷ୍କର୍ମ ଅଭିଯୋଗକୁ ନିଜେ ଛାତ୍ରୀ ଖଣ୍ଡନ କରିବା ସହ ଡ୍ରାଇଭର ହିଁ ଦୁଷ୍କର୍ମ କରିଥିବା କହିଛନ୍ତି ଏକ ଜାତୀୟ ଗଣମାଧ୍ୟମକୁ । ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପୀଡିତା ।

Get real time updates directly on you device, subscribe now.