fbpx
BSKY SKY
BSKY SKY

(Viral News)କଂଗ୍ରେସ ସରକାର କ୍ଷମତାକୁ ଫେରିବା ପାଇଁ ଶ୍ମଶାନରେ ଚାଲିଛି ତନ୍ତ୍ର ସାଧନା, ଦେଖନ୍ତୁ….

BSKY

ଓଡିଶା ଭାସ୍କର; ଆସନ୍ତା ନଭେମ୍ବର ମାସ ୧୭ ତାରିଖରେ ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ରାଜ୍ୟରେ ଏବେ ବିଜେପି ସରକାର ରହିଥିବା ବେଳେ କ୍ଷମତା ପାଇଁ ଏଥର ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ତେବେ ଏହି ନିର୍ବାଚନୀ ମାହୋଲ ଭିତରେ ଏଭଳି ଏକ ଚିତ୍ର ସାମ୍ନାକୁ ଆସଛି ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ ଚକିତ କରିଦେଇଛି । ମଧ୍ୟପ୍ରଦେଶରେ ଏଥର କଂଗ୍ରେସ ସରକାର କ୍ଷମତାକୁ ଫେରିବା ପାଇଁ ଶ୍ମଶାନରେ ତନ୍ତ୍ର ସାଧନା ଚାଲୁଥିବାର ଚିତ୍ର ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ସହ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଦେଖିବାକୁ ମିଳିଛି ।

ମଧ୍ୟପ୍ରଦେଶରେ କଂଗ୍ରେସର ବିଜୟ ଏବଂ କ୍ଷମତାକୁ ଫେରିବା ପାଇଁ ନବରାତ୍ରୀରେ ଚକ୍ରତୀର୍ଥ ଶ୍ମଶାନରେ ତନ୍ତ୍ର ସାଧନା କରାଯାଉଛି। ଶ୍ମଶାନରେ ପୂଜାପାଠ କରି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ କମଲ ନାଥଙ୍କ ବିଜୟ ପାଇଁ ତାନ୍ତ୍ରିକ ମାନେ ପ୍ରାର୍ଥନା କରୁଛନ୍ତି । ନବରାତ୍ରୀରୁ ପୂଜା ଆରମ୍ଭ ହୋଇଥିବା ବେଳେ ଏହା ଦଶହରାରେ ସମ୍ପର୍ଣ୍ଣ ହେବ ବୋଲି କୁହାଯାଉଛି । ତେବେ ମଙ୍ଗଳବାର ଦିନ ଭୈରବ ଭଗବାନଙ୍କ ପ୍ରତିମା ନିକଟରେ କମଲ ନାଥଙ୍କ ଏକ ଫଟୋ ଦେଖିବାକୁ ମିଳିଥିଲା। ଏଥିରେ ଛଅ ଜଣ ‘ତାନ୍ତ୍ରିକ’ ମନ୍ତ୍ର ଜପ କରି ପ୍ରତିମାର ଚତୃପାର୍ଶ୍ଵରେ ବସିଥିବା ନଜର ଆସିଛନ୍ତି । ରାତିର ନିରବତାରେ ଏହି ମନ୍ତ୍ର ପାଠ ଜପ କରାଯାଇ ସାଧନା କରାଯାଉଛି । ସେପଟେ ତାନ୍ତ୍ରିକ ଭୟୁ ମହାରାଜ କହିଛନ୍ତି ଉଜ୍ଜୟନୀରେ କରାଯାଇଥିବା ତନ୍ତ୍ର ସାଧନା ଶୀଘ୍ର ଫଳାଫଳ ଦେଇଥାଏ, ସେଥିପାଇଁ ଲୋକମାନେ ତନ୍ତ୍ର ସାଧନା ପାଇଁ ଏଠାକୁ ଆସିଥାନ୍ତି । ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ସେମାନଙ୍କର ବିଜୟ ପାଇଁ ତଥା ସରକାର ଗଠନ ହେବା ପରେ ମନ୍ତ୍ରୀ ପଦ ପାଇବା ଲାଗି ତାନ୍ତ୍ରିକ ପ୍ରୟୋଗ କରୁଛନ୍ତି। ରାଜ୍ୟରେ କଂଗ୍ରେସର ବିଜୟ ପାଇଁ କିଛି ଲୋକ ସାଧନା କରୁଛନ୍ତି। ତେଣୁ ରାଜ୍ୟ କଂଗ୍ରେସ ମୁଖ୍ୟ କମଲ ନାଥଙ୍କ ଚିତ୍ର ରଖି ସାଧନା କରାଯାଉଛି। ଅନ୍ୟପଟେ କଂଗ୍ରେସର ଏହି ତନ୍ତ୍ର ସାଧନାକୁ ନେଇ ବିଜେପି କଡା ସମାଲୋଚନା କରିଥିବା ବେଳେ ସୋସିଆଲ ମିଡ଼ିଆରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.