ନୂଆଦିଲ୍ଳୀ: ଆନ୍ତର୍ଜାତିକ ମହିଳା ଦିବସରେ ସିନେପ୍ରେମୀଙ୍କୁ ଏକ ସୁନ୍ଦର ଉପହାର ଦେଇଛନ୍ତି ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ । କିଛି ନୂଆ ଅନ୍ଦାଜରେ ଏଥର ପରଦାକୁ ଆସୁଛନ୍ତି ତାପସୀ । ଭାରତୀୟ ମହିଳା କ୍ରିକେଟର ମିଥାଲୀ ରାଜଙ୍କ ଉପରେ ଆଧାରିତ ଫିଲ୍ମ “ସାବାସ ମିଥୁ’ରେ ତାପସୀ ମିଥାଲୀଙ୍କ ଭୂମିକାରେ ନଜର ଆସିବେ । ଏହାପୂର୍ବରୁ ଆଜି ସେ ଏହି ଚଳଚ୍ଚିତ୍ରର ଏକ ପୋଷ୍ଟର ଶେୟର କରିଛନ୍ତି ।
View this post on Instagram
ନିଜ ଇନଷ୍ଟାଗ୍ରାମ ପେଜରେ ତାପସୀ ଏହି ଫିଲ୍ମର ଏକ ନୂଆ ପୋଷ୍ଟର ଶେୟର କରିଛନ୍ତି । ଯେଉଁଥିରେ ତାପସୀ ଭାରତୀୟ ଜର୍ସିରେ ବ୍ୟାଟ ଏବଂ ହେଲମେଟ ଧରିଥିବା ନଜର ଆସିଛନ୍ତି । ଏଥିସହ କ୍ୟାପ୍ସନରେ କହିଛନ୍ତି ଯେ, ଏହି ଜର୍ସି ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଉଛି । ଅନେକ ଶିକୁଳି ଭାଙ୍ଗି ଏକ ନୂଆ ରାସ୍ତା ନିର୍ମାଣ କରିଛି । ଏହି ଲଢେଇକୁ ସେ ମହିଳାମାନଙ୍କୁ ଉତ୍ସର୍ଗ କରିଥିବା କହିଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ । ଶ୍ରୀଜିତ ମୁଖାର୍ଜୀ ନିର୍ଦ୍ଦେଶିତ ଚଳଚ୍ଚିତ୍ର “ସାବାସ ମିଥୁ’ର ଶୁଟିଙ୍ଗ କାର୍ଯ୍ୟ ପ୍ରାୟତଃ ଶେଷ ହୋଇ ସାରିଛି । ତେବେ ପରଦାରେ ସିନେମା ଦେଖିବାକୁ ଅପେକ୍ଷା କରି ରହିଛନ୍ତି ସିନେପ୍ରେମୀ ଏବଂ କ୍ରିକେଟପ୍ରେମୀ ।