BIG BREAKING: ୭ ଦିନ ପାଇଁ ନିଲମ୍ବିତ ହେଲେ ତାରା-ରମେଶ

ତାରା ବାହିନୀପତି ଓ ରମେଶ ଜେନା ନିଲମ୍ବିତ

ଭୁବନେଶ୍ୱର: ବର୍ତ୍ତମାନ କଂଗ୍ରେସର ଆଉ ୨ ବିଧାୟକ ନିଲମ୍ବିତ ହୋଇଛନ୍ତି। ତାରା ବାହିନୀପତି ଓ ରମେଶ ଜେନାଙ୍କୁ ନିଲମ୍ବିତ କରାଯାଇଛି। ଏମାନଙ୍କୁ ୭ ଦିନ ପାଇଁ ନିଲମ୍ବନ କଲେ କଲେ ବାଚସ୍ପତି।

ଗୃହରେ ବିଶୃଙ୍ଖଳା ଆଚରଣ ପାଇଁ ତାରା-ରମେଶ ସସପେଣ୍ଡ ହୋଇଛନ୍ତି। ଉଭୟଙ୍କୁ ଗୃହରେ ନିଲମ୍ବନ କରିଛନ୍ତି ବାଚସ୍ପତି। କଂଗ୍ରେସର ସମସ୍ତ ୧୪ଜଣ ବିଧାୟକ ନିଲମ୍ବିତ ହୋଇଛନ୍ତି। ଗତକାଲି ୧୨ ଜଣ କଂଗ୍ରେସ ବିଧାୟକ ନିଲମ୍ବିତ ହୋଇଥିବା ବେଳେ ବର୍ତ୍ତମାନ ୨ ଜଣ ନିଲମ୍ବିତ ହୋଇଛନ୍ତି ୭ ଦିନ ପାଇଁ।

ଆଜି ଦୁଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନା ଗୃହରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିଥିଲେ। ଏଣେ ଅନ୍ୟ କଂଗ୍ରେସ ଓ ବିଜେଡି ବିଧାୟକମାନେ ବ୍ୟାରିକେଡ ଭାଙ୍ଗି ରାସ୍ତାକୁ ଆସିଛନ୍ତି। ତେଣେ ପ୍ରଶ୍ନକାଳ ସ୍ବାଭାବିକ ହୋଇଛି। ଆଜି କଂଗ୍ରେସ ପରେ ବିଜେଡି ପକ୍ଷରୁ ମଧ୍ୟ ହାଇଡ୍ରାମା କରାଯାଇଛି।