fbpx

ଆତଙ୍କବାଦୀଙ୍କ ଟାର୍ଗେଟ କିଲିଙ୍ଗ;୨ ଶ୍ରମିକ ନିହତ

ନୂଆଦିଲ୍ଲୀ: ଜମ୍ମୁ – କାଶ୍ମୀରର ସୋପିଆନରେ ଆତଙ୍କବାଦୀମାନେ କାଶ୍ମୀର ପଣ୍ଡିତଙ୍କୁ ଗୁଳିକରି ହତ୍ୟା କରିବାର କିଛି ଦିନପରେ ପ୍ରବସୀ ଶ୍ରମିକଙ୍କୁ ଟାର୍ଗେଟ କରିୁଛନ୍ତି । ଫଳରେ କାଶ୍ମୀରରେ ପ୍ରବାସୀ ଶ୍ରମିକ ଅତଙ୍କବାଦୀଙ୍କ ଟାର୍ଗେଟର ଶିକାର ହୋଇଛନ୍ତି । ଫଳରେ ୨ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ତେବେ ଏହି ମୃତକ ୨ ଜଣ ଉତ୍ତର ପ୍ରଦେଶର କନୌଜର ଅଞ୍ଚଳର ବୋଲି ସୂଚନା ମିଳିଛି । ମୃତ୍ୟୁବରଣ କରିଥିବା ୨ ପ୍ରବାସୀଶ୍ରମାକଙ୍କ ନାଁ ହେଉଛି ମନୀଷ କୁମାର ଏବଂ ରାମ ସାଗର ।

ମିଳିଥିବା ସୁଚନା ଅନୁଯାୟୀ ସମସ୍ତେ ଶୋଇଥିବା ଅବସ୍ଥାରେ ଆତଙ୍କବାଦୀମାନେ ସୋପିଆନରେ ଗ୍ରେନେଡ୍ ମାଡ କରିଥିଲେ । ଫଳରେ ୨ ପ୍ରବାସୀ ଶ୍ରମିକ ଗୁରୁତର ଆହାତ ହୋଇଥିଲେ । ତାଙ୍କୁ ଡାକ୍ତରଖାନାକୁ ନେବା ସମୟରେ ଉଭୟଙ୍କର ମୃତ୍ୟୁ ହୋଇଥିବା କାଶ୍ମୀର ଜୋନ ପୋଲିସ ଟ୍ୱିଟ କରି ସୂଚନା ଦେଇଛନ୍ତି । ପୋଲିସ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ଜଣେ ଲସ୍କର ଅତଙ୍କବାଦୀ ଗିରଫ ହୋଇଛି ।

Get real time updates directly on you device, subscribe now.