fbpx

ଡିଲ କରୁଛନ୍ତି TATA -BSNL, ଉଭେଇ ଯିବ JIO-AIRTEL, ଦେଶର କୋଣ ଅନୁକୋଣକୁ ପହଞ୍ଚିବ ଇଣ୍ଟରନେଟ

ଓଡିଶା ଭାସ୍କର: ପ୍ରାଇବେଟ ଟେଲିକମ କମ୍ପାନୀ ଏୟାରଟେଲ (Airtel) ଓ ଜିଓ (Jio) ନିଜର ରିଚାର୍ଜ ପ୍ଲାନରେ ବୃଦ୍ଧି କରିବାରୁ ଲୋକେ ବିଏସଏନଏଲ (BSNL) ଆଡକୁ ବଢୁଛନ୍ତି । ଏତିକି ନୁହେଁ ବରଂ ଦ୍ରୁତ ଗତିରେ ଏୟାରଟେଲ (Airte) ଓ ଜିଓ (Jio) ୟୁଜର୍ସ ନିଜର ସିମକୁ ବିଏସଏନଏଲ (BSNL) ରେ ପୋର୍ଟ କରୁଛନ୍ତି । ତାହାସହ ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଖୁବ ଟ୍ରେଣ୍ଡସ ହେଉଛି । ଟାଟା କନସଲଟେନ୍ସି ସର୍ଭିସ(Tata Consultency Service) ଓ ବିଏସଏନଏଲ (BSNL) ୧୫ ହଜାର କୋଟିର ଡିଲ କରିଥିବା ଶୁଣାଯାଉଛି ।

ଟିଡିଏସ (TDS) ଓ ବିଏସଏନଏଲ (BSNL) ମିଳିତ ଭାବରେ ଭାରତର ପ୍ରାୟ ୧ ହଜାର ଗାଁରେ ୪ ଜି  (4G ) ସେବାକୁ ରୋଲ ଆଉଟ କରୁଥିବାର ସୂଚନା ମିଳିଛି । ଯାହା ଆଗାମୀ ଦିନରେ ଗାଁ ଗାଁରେ ଇଣ୍ଟରନେଟ ସେବାକୁ ସଶକ୍ତ ଓ ସମୃଦ୍ଧ କରିବ । ଏହା ଯଦି ସତରେ ହୁଏ ତେବେ ଜିଓ ଓ ଏୟାରଟେଲର ମୁଣ୍ଡବିନ୍ଧିବା ସୁନିଶ୍ଚିତ । କାରଣ ଉଭୟ ଟାଟା ଓ ବିଏସଏନଏଲ ଲୋକଙ୍କ ବିଶ୍ୱାସଭାଜନ ହୋଇ ସାରିଛନ୍ତି । ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ସେମାନେ ନିଜର ଅସ୍ତିତ୍ୱ ମଧ୍ୟ ହରାଇ ପାରନ୍ତି ବୋଲି ଲୋକେ କହୁଛନ୍ତି ।

ଟାଟା ଭାରତର ପ୍ରାୟ ୪ ଟି ରିଜନରେ ନିଜର ଡାଟା ସେଣ୍ଟର ତିଆରି କରୁଛି । ଯାହା ଭାରତରେ ୪ଜି ନେଟୱାର୍କ ତିଆରି କରିବାରେ ସହାୟତା ପ୍ରଦାନ କରିବ । ସେପଟେ ବିଏସଏନଏଲ ପାଖରେ ଦେଶସାରା ପ୍ରାୟ ୯ ହଜାରରୁ ଅଧିକ ୪ ଜି (4G ) ସେବା ରହିଛି । ଏହା ୧ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିବାର ଆକଳନ କରାଯାଉଛି ।

Get real time updates directly on you device, subscribe now.