fbpx

Tata Vs Ambani: ଟାଟା ଏବଂ ଅମ୍ବାନୀ ମଧ୍ୟରେ କୁରୁକ୍ଷେତ୍ର ପାଲଟିବ କଫି ଟେବୁଲ, ହେବ ଜୋରଦାର ସଂଘର୍ଷ!

ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଦେଶର ଦୁଇ ବଡ଼ କମ୍ପାନୀ । ଦୁଇ କମ୍ପାନୀର ଭାରତ ସମତେ ବିଦେଶ ବଜାରରେ ମଧ୍ୟ ଭଲ ଦବଦବା ରହିଛି । ପୁର୍ବରୁ ଟାଟା ଖୁଚୁରା ଏବଂ ତେଜରାତି ବଜାରରେ ଉପସ୍ଥିତ ଥିବା ବେଳେ ଏବେ ଏହି କ୍ଷେତ୍ର ଗୁଡ଼ିକରେ ରିଲାଏନ୍ସ ନିଜର ଉପସ୍ଥିତି ଦ୍ରୁତ ଗତିରେ ବଢାଇବାରେ ଲାଗିଛି । ବ୍ୟବସାୟ ବିସ୍ତାରର ଏହି ରାସ୍ତାରେ, ବ୍ୟବସାୟ ଜଗତର ଏହି ଦୁଇଟି ବୃହତ୍ କର୍ପୋରେଟ୍ ହାଉସ୍ ମଧ୍ୟରେ ଆଉ ଏକ ଆକର୍ଷଣୀୟ ପ୍ରତିଯୋଗିତାର ସାକ୍ଷୀ ହେବାକୁ ଯାଉଛି । କୌତୁହଳର ବିଷୟ ଯେ ଟାଟା ଏବଂ ରିଲାଏନ୍ସ ମଧ୍ୟରେ ଏହି ଲଢେଇରେ କଫି ଏକ ପ୍ରମୁଖ ଭୂମିକା ରହିଛି ।

ଇଂଲଣ୍ଡର କଫି ଚେନ୍ ବ୍ରାଣ୍ଡ Pret A Manger ଭାରତ ଆସିବା ଉପରେ ଆରମ୍ଭ ହୋଇଛି ଏହି ଲଢେଇ । ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବ୍ରିଟେନର ଏହି ଆଇକନିକ୍ ଅର୍ଗାନିକ କଫି ଚେନ୍ ବ୍ରାଣ୍ଡକୁ ଭାରତ ଆଣିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ଏକ ସହାୟକ କମ୍ପାନୀ ରିଲାଏନ୍ସ ବ୍ରାଣ୍ଡ୍ ଲିମିଟେଡ୍ କହିଛି ଯେ ଭାରତରେ Pret A Manger’ର ପ୍ରଥମ ଷ୍ଟୋର ଚଳିତ ବର୍ଷ ଆରମ୍ଭ ହେବ । ଷ୍ଟୋରଟି ମୁମ୍ବାଇର ମେକର୍ ମ୍ୟାକ୍ସିଟିରେ ଖୋଲିବ । Pret A Manger ଷ୍ଟୋର ଗୁଡିକ ଏହାର ମଡେଲ ପରି ଭାରତରେ ମଧ୍ୟ ମଡେଲ କରାଯାଇଛି। ଏହି ଷ୍ଟୋର ୨୫୬୭ ବର୍ଗଫୁଟରେ ନିର୍ମିତ ହୋଇଛି, ଯେଉଁଥିରେ ଡାଇନିଂ ସ୍ଥାନ ମଧ୍ୟ ଅଛି ।

 

ଅନ୍ୟତମ କଫି କମ୍ପାନୀ ଷ୍ଟାର୍‌ବକ୍ସର ଏଣ୍ଟ୍ରି ମଧ୍ୟ ଏହି ପରି ଭାରତରେ ହୋଇଥିଲା । ଆମେରିକାର କଫି ଚେନ୍‌ର ଭାରତରେ ବ୍ୟବସାୟ ଆରମ୍ଭ କରିବା ପାଇଁ ଟାଟା ଗ୍ରୁପ୍ ଏବଂ ଷ୍ଟାରସ୍କ୍ ମଧ୍ୟରେ ୫୦-୫୦ ପାର୍ଟନରସୀପ ସହିତ ହୋଇଥିଲା ।

Best Starbucks Drinks on the Menu: All 40 Drinks, Ranked - Thrillist

ବର୍ତ୍ତମାନ ଭାରତରେ ଷ୍ଟାରବକ୍ସ ବର୍ତ୍ତମାନ କାଫେ ସ୍ପେସରେ ସବୁଠାରୁ ବଡ ନାମ । ଗତ କିଛି ବର୍ଷ ମଧ୍ୟରେ ଟାଟା ଷ୍ଟାରବକ୍ସ ଭାରତରେ ବ୍ୟବସାୟକୁ ଦ୍ରୁତ ଗତିରେ ବୃଦ୍ଧି କରିଛି । ୨୦୨୧-୨୨ ଆର୍ଥିକ ବର୍ଷରେ, ଟାଟା ଷ୍ଟାରବକ୍ସ ୫୦ ଟି ନୂତନ ଷ୍ଟୋର ଆରମ୍ଭ କରିଥିଲା, ଯାହାକି ଏପର୍ଯ୍ୟନ୍ତ କୋଣସି କମ୍ପାନୀ ଦ୍ୱାରା ଖୋଲାଯାଇଥିବା ସର୍ବାଧିକ ସଂଖ୍ୟକ ଷ୍ଟୋର ଅଟେ । ବର୍ତ୍ତମାନ, ଟାଟା ଷ୍ଟାରବକ୍ସର ଭାରତର ୩୦ ଟି ସହରରେ ୨୭୫ ଆଉଟଲେଟ୍ ଅଛି ।

Get real time updates directly on you device, subscribe now.