fbpx

Tata ଦେଲା ଝଟକା! ଫେବୃଆରୀ ୧ରୁ ମହଙ୍ଗା ହେବ ପେଟ୍ରୋଲ-ଡିଜେଲ ଗାଡ଼ି

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ମାସ ୧ ତାରିଖରୁ ଗ୍ରାହକଙ୍କୁ ଏକ ବଡ଼ ଝଟକା ଲାଗିବ । ଦେଶର ପ୍ରମୁଖ ଯାନ ନିର୍ମାଣକାରୀ କମ୍ପାନୀ ଟାଟା ମୋଟର୍ସ ନିଜର ଭେହିକିଲ ଲାଇନଅପକୁ ଅପଡେଟ୍ କରିବାରେ ଲାଗିଛି । ନିକଟରେ କମ୍ପାନୀ ଘରୋଇ ବଜାରରେ ନିଜର କିଛି ନୂଆ ମଡେଲ ଉପସ୍ଥାପନ କରିଥିଲା । ତେବେ ଏହା ମଧ୍ୟରେ ଟାଟା କାର କିଣିବାକୁ ଇଚ୍ଛୁକ ଥିବା ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ଆସିଛି ।

ଯଦି ଆପଣମାନେ ଟାଟା ସଫାରି ଠାରୁ ଆରମ୍ଭ କରି ନେକ୍ସାନ ବା ଟିଏଗୋ ପରି ପେଟ୍ରୋଲ-ଡିଜେଲ କାର କିଣିବାକୁ ଭାବୁଥାନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର ଆସିଛି । ଟାଟା ମୋଟର୍ସ ପକ୍ଷରୁ ଆଜି ପାସେଞ୍ଜର ଯାନ ଲାଇନଅପରେ ସମସ୍ତ ବାହନର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ଟାଟା ମୋଟର୍ସ ନିଜର ସମସ୍ତ ଆଇସିଇ (ପେଟ୍ରୋଲ-ଡିଜେଲ) ଚାଳିତ ଯାନର ମୂଲ୍ୟ ବୃଦ୍ଧି କରୁଥିବା କମ୍ପାନୀ ସୂତ୍ରରୁ ଜଣାପଡ଼ିଛି ।

ତେବେ ଟାଟା ମୋଟର୍ସର ଏହି ନୂଆ ମୂଲ୍ୟ ବୃଦ୍ଧି ନିୟମ ଆସନ୍ତା ଫେବୃଆରୀ ୧ରୁ ଲାଗୁ ହୋଇଯିବ । ରେଗୁଲେଟୋରୀ ପରିବର୍ତ୍ତନ ଓ ଇନପୁଟ ମୂଲ୍ୟରେ ବୃଦ୍ଧି କାରଣରୁ କମ୍ପାନୀ ଯାନର ଦର ବଢ଼ାଇବାକୁ ଯାଉଛି । ତେବେ କେଉଁ ମଡେଲର ମୂଲ୍ୟ କେତେ ବଢ଼ିବ ସେନେଇ କମ୍ପାନୀ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ । ତେବେ ଯାନର ମୂଲ୍ୟ ପାଖାପାଖି ୧.୨ ପ୍ରତିଶତ ବୃଦ୍ଧି ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ମାତ୍ର ଏହା ଅଲଗା ଅଲଗା ମଡେଲ ଓ ଭାରିଆଣ୍ଟସ ପାଇଁ ଭିନ୍ନ ରହିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.