fbpx

ଟାଟୁ ବୟ ଅଭିଷେକ : ଶରୀରରେ ରହିଛି ୬୦୦ରୁ ଅଧିକ ସହିଦଙ୍କ ନାମର ଟାଟୁ

ମୁମ୍ବାଇ: ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଅଧିକାଂଶ ଲୋକ ସେମାନଙ୍କର ଫଟୋ ଆଗରେ ଫୁଲ ଦେଇଥାଆନ୍ତି ନଚେତ ଦୀପ ଜଳାଇ ଥାଆନ୍ତି । ନିକଟରେ ଜଣେ ବ୍ୟକ୍ତି ସହିଦଙ୍କୁ ଏକ ସ୍ୱତନ୍ତ୍ର ଶୈଳୀରେ ଶ୍ରଦ୍ଧାଞ୍ଜଳି ଦେଇଥିବା ଦେଖିବାକୁ ମିଳିଛି । ହାପୁଡ଼ରେ ରହୁଥିବା ଇଣ୍ଟିରିୟର ଡିଜାଇନର୍‌ ପଣ୍ଡିତ ଅଭିଷେକ ଗୌତମ ଏକ ନିଆରା କାର୍ଯ୍ୟ କରିଛନ୍ତି । ସେ ତାଙ୍କ ଶରୀରରେ ୬୦୦ରୁ ଅଧିକ ସହିଦଙ୍କ ନାମର ଟାଟୁ ଆଙ୍କିଛନ୍ତି । ଅଭିଷେକ ଗୌତମ ବର୍ତ୍ତମାନ ବଡ଼ହରିଆର ରସୁଲପୁରରେ ଇଣ୍ଟିରିୟର ଡିଜାଇନ୍‌ ଭାବେ କାମ କରୁଛନ୍ତି ।

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ ତାଙ୍କ ଶରୀରରେ ସେ ୬୩୧ଜଣ ସହିଦଙ୍କ ନାମର ଟାଟୁ ଆଙ୍କିଛନ୍ତି । ମୋଟ ୬୩୧ ସହିଦଙ୍କ ନାମ ମଧ୍ୟରୁ ୫୫୯ ଜଣ କାର୍ଗିଲ ସହିଦଙ୍କ ନାମ ରହିଛି । ଅଭିଷେକ ନିଜ ପିଠିରେ ସହିଦଙ୍କ ନାମ ବ୍ୟତୀତ ଇଣ୍ଡିଆ ଗେଟ୍‌ ଏବଂ ସହିଦ ସ୍ମାରକ ମଧ୍ୟ ଆଙ୍କିଛନ୍ତି । ଯେତେବେଳେ ବି ଲୋକମାନେ ତାଙ୍କ ଶରୀରକୁ ଦେଖନ୍ତି ଆଶ୍ଚର୍ଯ୍ୟ ହୋଇଯାଆନ୍ତି, କାରଣ ଅଭିଷେକଙ୍କ ଏଭଳି କାମ କ୍ୱଚିତ ଦେଖିବାକୁ ମିଳିଥାଏ । ଅଭିଷେକ ଏହା ମଧ୍ୟ କହିଛନ୍ତି ଯେ ସେ ତାଙ୍କ ପିଠିରେ ଆଙ୍କିଥିବା ଛାପରାସ୍ଥିତ ଏକମାର ଅରୁଣ କୁମାର ସିଂଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି । ବର୍ତ୍ତମାନ ସେ ଚାହୁଁଛନ୍ତି ଯେ ଏକମାରେ ଅରୁଣ କୁମାର ସିଂଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉ । ଏଥିପାଇଁ ସେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ଅରୁଣ କୁମାର ସିଂ କାର୍ଗିଲ ସହିଦଙ୍କ ମଧ୍ୟରୁ ଜଣେ ।

Get real time updates directly on you device, subscribe now.