fbpx

କେଦାରନାଥଙ୍କ ସ୍ୱତନ୍ତ୍ର ଦର୍ଶନ ପାଇଁ ଦେବାକୁ ହେବ ଶୁଳ୍କ: ବଦ୍ରିନାଥରେ ସମାନ ନିୟମ

ନୂଆଦିଲ୍ଲୀ: ଆଗକୁ ଦେଶର ଦୁଇ ପ୍ରସିଦ୍ଧ ମନ୍ଦିରରେ ସ୍ୱତନ୍ତ୍ର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଉପରେ ବୋଝ ବଢିବ । ଶ୍ରୀ କେଦାରନାଥ ଏବଂ ବଦ୍ରିନାଥ ମନ୍ଦିରରେ ଏହି ନିୟମ ଲାଗୁ କରାଯାଇଛି । ଏଣିକି ବାବା କେଦାରନାଥ ଏବଂ ପ୍ରଭୂ ଶ୍ରୀ ବଦ୍ରିନାଥଙ୍କ ସ୍ୱତନ୍ତ୍ର ଦର୍ଶନ ପାଇବା ପାଇଁ ୩୦୦ ଟଙ୍କା ଲେଖାଏଁ ଶୁଳ୍କ ଦେବେ ଶ୍ରଦ୍ଧାଳୁ । ଏ ନେଇ ଘୋଷଣା କରିଛନ୍ତି ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି । ଏହାବ୍ୟତୀତ ମନ୍ଦିରରେ ଆଉ କିଛି ପରିବର୍ତ୍ତନ ମଧ୍ୟ କରାଯାଇପାରେ ।

ବଦ୍ରିନାଥ ଏକଂ କେଦାରନାଥ ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ସହିତ ଭୋଗ ପାଇବାର ବ୍ୟବସ୍ଥା କରାଯାଇଛି । ତେବେ ଏହି ସ୍ୱତନ୍ତ୍ର ଦର୍ଶନ ଏବଂ ଭୋଗ କରିବା ପାଇଁ ଭକ୍ତମାନଙ୍କୁ ୩୦୦ ଟଙ୍କା ଲେଖାଏଁ ଶୁଳ୍କ ଦେବା ପାଇଁ ପଡିବ । କେନାଲ ରୋଡ୍ ନିକଟସ୍ଥ କାର୍ଯ୍ୟାଳୟରେ ଅଜେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏହି ବୈଠକରେ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ବୋର୍ଡଙ୍କ ସମ୍ମୁଖରେ ବଜେଟ ଉପସ୍ଥାପନ କରିଥିଲେ । ଆଗାମୀ ଆର୍ଥିକ ବର୍ଷ ପାଇଁ ୭୬ କୋଟି ୨୫ ଲକ୍ଷ ୭୬ ହଜାର ୬୧୮ ଟଙ୍କା ବଜେଟ ପ୍ରସ୍ତାବିତ ହୋଇଥିଲା । ତେବେ ଏଥିରୁ ବଦ୍ରିନାଥ ମନ୍ଦିରକୁ ୩୯,୯୦,୫୭,୪୯୨ କୋଟି ଓ କେଦାରନାଥ ପାଇଁ ୩୬,୩୫,୧୯,୧୨୬ କୋଟି ଟଙ୍କା ପ୍ରସ୍ତାବିତ ହୋଇଛି।

ସୂଚନା ଅନୁସାରେ, ଦେଶର ୪ଟି ପ୍ରମୁଖ ଧାମ ତିରୁପତି ବାଲାଜୀ, ଶ୍ରୀ ବୈଷ୍ଣୋ ଦେବୀ, ମହାକାଳେଶ୍ୱର ଏବଂ ଶ୍ରୀ ମେସାନାଥ ମନ୍ଦିରରେ ଭକ୍ତମାନଙ୍କ ପୂଜା ଏବଂ ଦର୍ଶନର ସମସ୍ତ ବ୍ୟସ୍ଥା ବୁଝିବା ପାଇଁ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ବା ବିକେଟିସି ୪ ଟିମ ପଠାଇଥିଲେ । ତେବେ ଏହି ଟିମର ରିପୋର୍ଟ ଅନୁସାରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଏବଂ ଏଥିରେ ନୂଆ ପରିବର୍ତ୍ତନ କରାଯାଇଛି ।

Get real time updates directly on you device, subscribe now.